ଗଞ୍ଜାମ, ୨୨।୮: ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟନୁଷ୍ଠାନ । ବ୍ରହ୍ମପୁର ଅବକାରୀ ଜିଲ୍ଲାର ଅବକାରୀ ଇନ୍ସପେକଫର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍-ଇନ୍ସପେକଫର ପ୍ରସନ୍ନ କୁମାର ଜାଲି ନିଲମ୍ବିତ । ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମଗ୍ର ରାଜ୍ୟରେ ଚହଳ ପକାଇଥିବା ଗଞ୍ଜାମ ଜିଲ୍ଲା ଚିକିଟି ମଦ ବିଭୀଷିକାରେ ଏକ ଦୁଃଖଦ ଖବର ଯୋଡ଼ି ହୋଇଛି । ଏହି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁରରେ ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇଥିବା ଘଟଣାରେ ବେଳେ ବୁଧବାର ୨ ଜଣ ଆଖି ବୁଜିଛନ୍ତି । ସେମାନେ ହେଲେ ଜେନାପୁର ଗ୍ରାମର ୫୮ ବର୍ଷୀୟ ଜୁର ବେହେରା ଓ ତାଙ୍କ ପଡ଼ୋଶୀ ୩୪ ବର୍ଷୀୟ ଲୋକନାଥ ବେହେରା । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ସେମାନେ ଚକିତ୍ସାଧୀନ ଥିଲେ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଧାନସଭା ଉଠୁଛି ପଡ଼ୁଛି । ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ସେପଟେ ସରକାରୀ ଦଳର ବିଧାୟକମାନେ ପାଲଟା ଅଭିଯୋଗ କରି ବିଜେଡିକୁ ଦାୟୀ କରିଛନ୍ତି । ରାଜନୈତିକ ବ୍ଲେମ୍ ଗେମ୍ ଚାଲିଥିବା ବେଳେ ବିଷାକ୍ତ ମଦ ୨ ଜଣଙ୍କ ଜୀବନ ନେଇଛି ଏବଂ ଆଉ ୧୨ ଜଣ ଜୀବନ ସହ ସଂଗ୍ରାମ କରୁଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଭିସେରା ସଂଗ୍ରହ କରାଯାଇଛି । ଭୁବନେଶ୍ୱର ରସୁଲଗଡ଼ରେ ଥିବା ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲାବ୍ରୋଟାରୀକୁ ପଠାଯିବ ବୋଲି ପୁଲିସ ପ୍ରକାଶ କରିଛି । ଏହି ବେଆଇନ ମଦ କାରବାରକୁ ନେଇ ବର୍ତ୍ତମାନ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।