ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଛଅ ମାସରୁ ଅଧିକ ଦିନ ହେବ ଖାଲି ପଡିଛି ଅତିରିକ୍ତ ତହସିଲଦାର ଆସନ...

କାଶୀପୁର ୨୦/୦୯: କାଶୀପୁର ତହସିଲ କାର୍ଯ୍ୟାଳୟରେଆଜକୁ ପ୍ରାୟ ୬ ମାସରୁ ଅଧିକ ଦିନ ହେଲା ଅତିରିକ୍ତ ତହସିଲଦାର ଆସନ ଖାଲି ପଡ଼ିଛି । ଅତିରିକ୍ତ ତହସିଲଦାର ଆସନ ଖାଲି ପଡ଼ିଥିବାରୁ ଛାତ୍ରଛାତ୍ରୀ ମାନେ ଜାତିଗତ ସହିତ ଅନ୍ୟ ପ୍ରମାଣପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଖଣି ଖାଦନରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଶାନ୍ତି ରକ୍ଷାରେ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ସହ ଜମିବାଡ଼ିର କିଣାବିକାରେ ଜମି ରେଜିଷ୍ଟ୍ରେସନ କାର୍ଯ୍ୟ ତୁଲାଇବାକୁ ପଡୁଛି । ଜଣେ ମାତ୍ର ତହସିଲଦାରଙ୍କୁ ଏସବୁ ଦାୟିତ୍ୱ ସମ୍ଭାଳିବାରେ ଅସୁବିଧା ହେଉଛି । ତହସିଲଦାରଙ୍କ କାର୍ଯ୍ୟବହୁଳରୁ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହି ପାରୁନଥିବାର ଜଣା ଯାଇଛି । ଯାହା ଫଳରେ ସରକାରୀ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଥିବାର ଅଭିଯୋଗ ହେଉଛି। ପୂର୍ବରୁ ଏଠାରେ ଥିବା ଅତିରିକ୍ତ ତହସିଲଦାର ବରିଆଲ ମୁର୍ମୁ ଗତ ଅକ୍ଟୋବର ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ଶ୍ରୀ ମୁର୍ମୁ ଏଠାରେ କିଛି ମାସ ରହିବା ପରେ ପଦୋନ୍ନତି ହେବାରୁ  ଏହି ପଦବିଟି ଖାଲି ପଡ଼ିଛି । ଅତିରିକ୍ତ ତହସିଲଦାର ପଦବି ସହ ଖାଲି ପଡ଼ିଥିବା ଅନ୍ୟ ପଦବି ପୂରଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା କାର୍ଯ୍ୟକାରୀ ହେଉ ନଥିବାର ଅଭିଯୋଗ ହୋଇଚି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.