ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଂଗ୍ରେସ ନେତ୍ରୀ ରାଧିକା ଖେଡ଼ାଙ୍କ ଇସ୍ତଫା, ଲେଖିଲେ ଏଭଳି କିଛି...

ନୂଆଦିଲ୍ଲୀ,୫/୫ :  କଂଗ୍ରେସ ଗୋଟିଏ ଝଟକାରୁ ବାହାରିବାକୁ ଚେଷ୍ଟା କରୁ କରୁ ପୁଣି ଏକ ଝଟକା ଲାଗିଯାଉଛି । ଏହି ସମୟରେ କଂଗ୍ରେସର ପ୍ରବକ୍ତା ଏବଂ ଛତିଶଗଡ଼ କଂଗ୍ରେସର ଚର୍ଚ୍ଚିତ ନେତା ରାଧିକା ଖେଡ଼ା ରବିବାର ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଲେଟର ଟ୍ବିଟ କରିବାକୁ ଯାଇ ଲେଖିଛନ୍ତି କି ବହୁ ଦୁଃଖର ସହ ଦଳର ପ୍ରାଥମିକ ସଦସ୍ୟତା ତ୍ୟାଗ କରୁଛି ଏବଂ ନିଜ ପଦରୁ ଇସ୍ତଫା ଦେଉଛି । ସେ ଏହା ବି ଲେଖିଛନ୍ତି କି ମୁଁ ଯୁବତୀ ଅଟେ ଏବଂ ଲଢି ପାରେ  ଓ ତାହା ଏବେ ମୁଁ କରୁଛି ।

କଂଗ୍ରେସ ଅଧ୍ୟକ୍ଷ ଖରଗେଙ୍କ ନାଁରେ ଲେଖିଥିବା ପତ୍ରରେ ସେ ଲେଖିଛନ୍ତି କି ଆଦିକାଳରୁ ଏହା ସତ୍ୟ ଅଟେ କି ଧର୍ମର ସାଥ୍ ଦେଉଥିବା ଲୋକର ବିରୋଧ ହୋଇଥାଏ । ହିରଣ୍ୟକଶିପୁଙ୍କଠାରୁ ନେଇ ରାବଣ ଏବଂ କଂସ ପର୍ଯ୍ୟନ୍ତ ଏହାର ଉଦାହରଣ ଅଟେ । ବର୍ତ୍ତମାନ ପ୍ରଭୁ ଶ୍ରୀ ରାମଙ୍କ ନାଁ ନେଉଥିବା କିଛି ଲୋକଙ୍କୁ ଏହିଭଳି ଭାବେ ବିରୋଧ କରୁଛନ୍ତି । ପ୍ରତ୍ୟେକ ହିନ୍ଦୁଙ୍କ ଲାଗି ପ୍ରଭୁ ଶ୍ରୀ ରାମଙ୍କ ଜନ୍ମସ୍ଥଳୀ ପବିତ୍ର ସ୍ଥଳ ଏବଂ ରାମ ଲଲ୍ଲାଙ୍କ ଦର୍ଶନ ମାତ୍ର ଯେଉଁଠାରେ ସବୁ ହିନ୍ଦୁ ନିଜ ଜୀବନ ସଫଳ ମାନିଥାନ୍ତି ସେହିଭଳି କିଛି ଲୋକ ଏହାର ବିରୋଧ କରୁଛନ୍ତି ।

ସେ ଆଗକୁ ମଧ୍ୟ ଲେଖିଛନ୍ତି କି ମୁଁ ଯେଉଁ ଦଳକୁ ନିଜ ୨୨ବର୍ଷରୁ ଅଧିକ ସମୟ ଦେଲି, ଯେଉଁଠାରେ ଏନଏସୟୁଆଇରୁ ନେଇ ଏଆସିସିର ମିଡ଼ିଆ ବିଭାଗରେ ପୂରା ସଚୋଟତାରେ କାମ କଲି ଆଜି ସେଠାରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ୁଛି କାରଣ ମୁଁ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ଦର୍ଶନ କରିବାରୁ ନିଜକୁ ରୋକି ପାରିଲି ନାହିଁ । ମୋର ଏହି ପୁନ୍ୟ କାର୍ଯ୍ୟର ବିରୋଧ ଏଭଳି ସ୍ତର ପର୍ଯ୍ୟନ୍ତ ପହଞ୍ଚିଲା କି ମୋ ସହ ଛତିଶଗଡ଼ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ଘଟଣାକ୍ରମରେ ମୋତେ ନ୍ୟାୟ ଦେବାକୁ ମନା କରିଦିଆଗଲା ।

ରାଧିକା ଆଗକୁ ଲେଖିଛନ୍ତି କି ମୁଁ ସବୁବେଳେ ଅନ୍ୟର ନ୍ୟାୟ ଲାଗି ପ୍ରତ୍ୟେକ ମଞ୍ଚରୁ ଲଢେଇ କରିଛି, କିନ୍ତୁ ଯେତେବେ‌ଳେ ନିଜକୁ ନ୍ୟାୟର କଥା ଆସିଲା ତ ପାର୍ଟିରେ ମୁଁ ମୋ ନିଜକୁ ହାରିଥିବା ପାଇଲି । ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଏବଂ ଜଣେ ମହିଳା ହେବା ଦ୍ବାରା ବହୁତ ଆହତ । ବାରମ୍ବାର ଦଳର ଶୀର୍ଷ ନେତାଙ୍କୁ ଅବଗତ କରିବା ପରେ ବି ଯେତେବେଳେ ମୋତେ ନ୍ୟାୟ ମିଳିଲାନି ଏଥିରେ ଆହତ ହୋଇ ମୁଁ ଆଜି ଏହି ନିଷ୍ପତ୍ତି ଉଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.