ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଏଡିଆର୍‌ ରିପୋର୍ଟ ମିଳିଲା ତଥ୍ୟ: ରାଜ୍ୟର ୬୫ ବିଧାୟକ ଦାଗୀ, ୯୫ କୋଟିପତି

ଭୁବନେଶ୍ୱର,୨୧/୦୩: ରାଜ୍ୟରେ ୬୫ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ହତ୍ୟା, ନାରୀ ନିର୍ଯାତନା, ଅପହରଣ, ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ରହିଛି । ସେଥିମଧ୍ୟରେ ବିଜେଡିର ସର୍ବାଧିକ ୪୪ ବିଧାୟକ ରହିଥିବା ବେଳେ ପଛକୁ ବିଜେପିର ୧୩ ବିଧାୟକ ରହିଛନ୍ତି । ବୁଧବାର ପ୍ରକାଶ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ରିର୍ପୋଟରୁ ଏହି ତଥ୍ୟ ମିଳିଛି । 

ରିପୋର୍ଟ କହୁଛି, ରାଜ୍ୟରେ ୧୪୬ ବିଧାୟକ ଅପରାଧିକ ତଥ୍ୟ ଦାଖଲ କରିଛନ୍ତି । ସେଥିମଧ୍ୟରେ ୪୫ ପ୍ରତିଶତ ଅର୍ଥାତ ୬୫ ବିଧାୟକ ହେଉଛନ୍ତି ଦାଗୀ । ୪୭ ଜଣଙ୍କ ବିରୋଧରେ ଅତି ସଙ୍ଗୀନ ମାମଲା ରହିଛି । ସେହିପରି ୨ ବିଧାୟକଙ୍କ ନାେଁରେ ହତ୍ୟା ଓ ୧୧ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ଏଥିରେ ସବୁ ଦଳକ ବିଧାୟକ ରହିଛନ୍ତି । ସେହିପରି ୧୩ ଜଣ ବିଧାୟକ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି । 

ବିଜେଡିର ୧୧୧ ବିଧାୟକଙ୍କ ଭିତରେ ସର୍ବାଧିକ ୪୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ବିଜେପିର ୧୩, କଂଗ୍ରେସର ୫, ସିପିଏମ୍‌ରୁ ଜଣେ ଏବଂ ସ୍ୱାଧୀନରୁ ୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ଏଡିଆର୍‌ରୁ ମିଳିଥିବା ତଥ୍ୟ ମୁତାବକ ୧୪୬ରୁ ୯୫ ବିଧାୟକ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ରହିଛନ୍ତି । ସେମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି । ଏହାସହ ୯୫ ଜଣ ବିଧାୟକ (୬୫%) ହେଉଛନ୍ତି କୋଟିପତି । ବିଜେଡିର ୭୭, ବିଜେପିର ୯ ଏବଂ କଂଗ୍ରେସର ୬ ଜଣ ବିଧାୟକ କୋଟିପତି । ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ସ୍ଥାବର ଓ ଅସ୍ଥାବ ମିଶାଇଲେ ୬୩ କୋଟି ଟଙ୍କା ରହିଛି । ଦ୍ୱିତୀୟରେ ଝାରସୁଗୁଡ଼ା ବିଧାୟିକା ୪୦ କୋଟି ଓ ତୃତୀୟରେ ସରୋଜ ମେହେରଙ୍କ ୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ସବୁଠୁ ଗରିବ ବିଧାୟକ । ତାଙ୍କର ମାତ୍ର ୧୫ ହଜାର ଟଙ୍କାର ସମ୍ପତ୍ତି ରହିଛି ।

୩ ବିଧାୟକ ସର୍ବାଧିକ ଆୟକର ଦାଖଲ କରିଛନ୍ତି । ସେଥିମଧ୍ୟରେ ଦୀପାଳି ଦାସ ୫ କୋଟି ଆୟକର ଦାଖଲ କରିଥିବା ବେଳେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ୪ କୋଟି ଏବଂ ସୁଧୀର କୁମାର ସାମଲ କୋଟିଏ ଟଙ୍କା ଆୟକର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.