ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ମହିଳାଙ୍କ ଟାର୍ଗେଟ୍‌ରେ ତାଲିବାନ ସରକାର, ଆଇନକୁ ବିରୋଧ କରି ବୁର୍କାରେ ଗୀତ ଗାଇ ଭିଡିଓ କଲେ ଅପ୍‌ଲୋଡ୍‌

ନୂଆଦିଲ୍ଲୀ ୩୦/୦୮: ଆଫଗାନିସ୍ତାନରେ ଏବେ ନୂଆ ଲଢ଼େଇ ଆରମ୍ଭ ହୋଇଛି । ତାଲିବାନ ସରକାର ମହିଳାଙ୍କର ସାର୍ବଜନୀନ ସ୍ଥାନରେ ଗୀତ ଗାଇବା କିମ୍ବା ଅଧ୍ୟୟନ ଉପରେ କଟକଣା ଲାଗୁ କରିଛନ୍ତି । ଏ ନେଇ ବିଧିବଦ୍ଧ ଆଇନ କରିଛନ୍ତି ଏବଂ ଏହାର ଉଲ୍ଲଂଘନରେ ଦଣ୍ଡ ମଧ୍ୟ ଘୋଷଣା କରିଛନ୍ତି । ଏବେ ଏହି ଆଇନକୁ ବିରୋଧ କରି ଦେଶର ମହିଳା ସୋସିଆଲ ମିଡିଆରେ ସେମାନଙ୍କ କ୍ରୋଧ ପ୍ରକାଶ କରୁଛନ୍ତି । ବୁର୍କା ପିନ୍ଧି ଭିଡିଓ ପ୍ରସ୍ତୁତ କରୁଛନ୍ତି । ମନ ଖୋଲି ଗୀତ ଗାଉଛନ୍ତି ଏବଂ ତାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରୁଛନ୍ତି । 

ଇରାନରେ ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ଇରାନ ସରକାର ଫ୍ୟାଶନେବଲ ପୋଷାକ ପିନ୍ଧିବା ନେଇ ମହିଳାଙ୍କ ଉପରେ କଟକଣା ଲାଗୁ କରିଥିଲେ । ଏହାର ପ୍ରତିକ୍ରିୟାରେ ତମାମ ମହିଳା ସର୍ବସାଧାରଣରେ ଫ୍ୟାଶନେବଲ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଭିଡିଓ ଶେୟାର କରିଥିଲେ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ମଧ୍ୟ କରିଥିଲେ । ଏବେ ଠିକ୍‌ ସେହିଭଳି ବିଦ୍ରୋହ ତାଲିବାନ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଛି ।

ସୋସିଆଲ ମିଡିଆରେ ଏ ପ୍ରକାର ବିରୋଧ କରୁଥିବା ମହିଳାଙ୍କର ଅସଂଖ୍ୟ ଭିଡିଓ ଦେଖିବାକୁ ମିଳୁଛି । ଏଥିରେ ସେମାନେ ବୁର୍କା ପିନ୍ଧି ମନ ଖୋଲି ଗୀତ ଗାଉଛନ୍ତି । ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବୁଲେଟ୍‌ର ଜବାବ ଗୀତ ଜରିଆରେ ଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ତାଲିବାନ ସରକାରଙ୍କୁ ଏତେ ଭୟ ଯେ ସେମାନେ ନିଜର ପରିଚୟ ଲୁଚାଉଛନ୍ତି । ଭିଡିଓରେ ମହିଳା ସେମାନଙ୍କ ଚେହେରା ଓ ଶରୀର ସମ୍ପୂର୍ଣ୍ଣ ରୂପେ ଢାଙ୍କିଥିବା ନଜର ଆସିଛନ୍ତି । ଭିଡିଓରେ ତାଲିବାନ ଶାସନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କଥା ରହିଛି । ୨୦୨୧ ମସିହାରେ ତାଲିବାନ ସରକାରକୁ ଆସିବା ପରେ ମହିଳାଙ୍କ ଜୀବନ ନର୍କ ହୋଇଥିବା ସେମାନେ ଗୀତ ଜରିଆରେ ବର୍ଣ୍ଣନା କରୁଛନ୍ତି । ତାଲିବାନ ସରକାରରେ ମହିଳାଙ୍କୁ ବାହାରକୁ ବାହାରିବା ମନା । ପଢ଼ିବାରେ କଟକଣା । ନିଜ ଇଚ୍ଛାରେ ପୋଷାକ ପିନ୍ଧିବା ମନା । ଆଗକୁ ସରକାର ସେମାନଙ୍କୁ ଖାଇବାକୁ ଦେବେ ନାହିଁ ବୋଲି ସେମାନେ କହୁଛନ୍ତି । 

ସୂଚନାଯୋଗ୍ୟ, ଗତ ବୁଧବାର ତାଲିବାନ ସରକାର ନୂଆ ଆଇନ ଘୋଷଣା କରିଛନ୍ତି । ଏଥିରେ ସ୍ପଷ୍ଟ ହୋଇଛି, କୌଣସି ମହିଳା ଚେହେରା ନ ଢାଙ୍କି ଘରୁ ବାହାରି ପାରିବେ ନାହିଁ । ପୂରା ଶରୀରକୁ ଢାଙ୍କି ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବ । ସେମାନଙ୍କ ସ୍ୱର ଯେମିତି ବାହାରକୁ ନ ବାହାରେ, ତା’ଉପରେ ବି କଟକଣା ଲାଗୁ ହୋଇଛି । ନୂଆ ଆଇନ ଅନୁସାରେ ମହିଳା ସାର୍ବଜନୀନ ରୂପେ କୁରାନ ପଢ଼ିପାରିବେ ନାହିଁ । ସେମାନଙ୍କ ପୋଷାକ ପତଳା, ଡିଜାଇନର୍‌ କିମ୍ବା ଛୋଟ ହେବା ଉଚିତ୍‌ ନୁହେଁ । ଘର ଭିତରେ ମଧ୍ୟ ସେମାନେ ଉଚ୍ଚ ସ୍ୱରରେ କଥା ହୋଇପାରିବେ ନାହିଁ । କାରଣ ସେମାନଙ୍କ ସ୍ୱର ବାହାରକୁ ଯାଇପାରେ ବୋଲି ନିୟମରେ ଉଲ୍ଲେଖ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.