ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଜି-୨୦ରେ ସାମିଲ ହେଲା ଆଫ୍ରିକାନ୍ ୟୁନିୟନ୍, ଆଲିଙ୍ଗନ କରି ପ୍ରଧାନମନ୍ତ୍ରୀ ମୋଦି କଲେ ସ୍ବାଗତ

ନୂଆଦିଲ୍ଲୀ,୯।୯: ଜି-୨୦ର ସଦସ୍ୟ ରାଷ୍ଟ୍ର ଭାବରେ ସାମିଲ ହୋଇଛି ଆଫ୍ରିକାନ୍ ୟୁନିୟନ୍। ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଶନିବାର ସ୍ଥାନ ପାଇଛି ଆଫ୍ରିକାନ ୟୁନିୟନ। ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହାର ପ୍ରସ୍ତାବ ରଖିଥିଲେ, ଯାହାକୁ ସମସ୍ତ ସଦସ୍ୟ ଦେଶ ସ୍ବୀକାର କରିନେଇଥିଲେ। ଶିଖର ସମ୍ମିଳନୀରେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣ ସମସ୍ତଙ୍କ ସମର୍ଥନରେ ମୁଁ ଆଫ୍ରିକା ସଂଘକୁ ଜି-୨୦ରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରୁଛି।


ଏହାପରେ ବିଶ୍ବ ନେତାଙ୍କ କରତାଳି ମଧ୍ୟରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କାମୋରୋସ୍‌ ସଂଘର ରାଷ୍ଟ୍ରପତି ଓ ଆଫ୍ରିକା ସଂଘର ଅଧ୍ୟକ୍ଷ ଅଜାଲି ଓସମାନିଙ୍କୁ ଜି-୨୦ର ସଦସ୍ୟ ଦେଶ ଆସନରେ ବସାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଲିଙ୍ଗନ କରି ଆଫ୍ରିକା ସଂଘର ଅଧ୍ୟକ୍ଷଙ୍କୁ ଜି-୨୦ରେ ସାମିଲ ହେବା ଶୁଭେଚ୍ଛା ଜଣାଇଥିଲେ। ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଆଫ୍ରିକାନ ୟୁନିୟନର ଦିଲ୍ଲୀ ସମ୍ମିଳନୀରେ ଜି-୨୦ ସାମିଲ କରାଯିବା ଉପରେ ଚର୍ଚ୍ଚା ହୋଇଥିଲା। 

ଉଲ୍ଳେଖନୀୟ ଯେ, ଆଫ୍ରିକାନ୍ ୟୁନିୟନ୍‌ର ସଦସ୍ୟ ଦେଶର ସଂଖ୍ୟା ୫୫ ରହିଛି ଓ ଏଥିରେ ୧.୩ ବିଲିୟନ ଜନସଂଖ୍ୟା ରହିଥାନ୍ତି। ୨୦୫୦ ସୁଦ୍ଧା ଏହି ସଂଖ୍ୟାକୁ ଦୁଇଗୁଣା ହେବାର ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ଏତେ ବଡ ଗୋଷ୍ଠୀଙ୍କୁ ଜି-୨୦ ରେ ସାମିଲ କରିବାର ଦାବି ଦୀର୍ଘ ସମୟ ଧରି ଚାଲିଛି। ବିଶ୍ବ ଭୂ-ରାଜନୀତିରେ ଆଫ୍ରିକାନ୍ ୟୁନିୟନର ଗୁରୁତ୍ବ ଲଗାତାର ବଢିବାରେ ଲାଗିଛି। ଯେଉଁ କାରଣରୁ ଦୁନିଆର ବଡ ଦେଶ ଲଗାତାର ଆଫ୍ରିକାରେ ନିବେଶ କରି ନିଜର ସ୍ଥିତି ମଜବୁତ କରିବାକୁ ଚାହାଁନ୍ତି।


African Union
G-20

Copyright © 2022 - Summa Real Media Private Limited. All Rights Reserved.