ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା; ନୀତୀଶଙ୍କ ପରା ଆର୍‌ଏଲ୍‌ଡି, ଏମ୍‌ଏନ୍‌ଏସ୍‌ ଏନ୍‌ଡିଏରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ,୦୯/୦୨: ଲୋକସଭା ନିର୍ବାଚନ ଯୋଗୁଁ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରୁ ଧିରେ ଧିରେ ଖସିବାରେ ଲାଗିଛନ୍ତି। ନୀତୀଶ କୁମାର ବିହାରରେ ଏନଡିଏରେ ଯୋଗଦେବା ପରେ ପ୍ରାୟ ସମସ୍ତ ଦଳରେ ମତଭେଦ ଆରମ୍ଭ ହୋଇଛି। ଗୋଟିଏ ପଟେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକୁଟିଆ ଲଢ଼ିବାକୁ ଘୋଷଣା କରିଛନ୍ତି। ଏପଟେ ଉତ୍ତରପ୍ରଦଶରେ ସପା ସହିତ କଂଗ୍ରେସର ଆସନ ବାଣ୍ଟିବା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଦଳ ମଧ୍ୟ ପଞ୍ଜାବରେ ସିଟ୍ ବାଣ୍ଟିବା ଉପରେ ନଜର ରଖିଛି। ସବୁଠୁ ବଡ଼ଖବର ହେଉଛି ବର୍ତ୍ତମାନ ଉତ୍ତରପ୍ରଦେଶରେ ଆରଏଲଡି, ଆନ୍ଧ୍ରପ୍ରଦେଶର ଟିଡିପି, ମହାରାଷ୍ଟ୍ରର ଏମଏନଏସ ମଧ୍ୟ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି।

ପଢ଼ନ୍ତୁ: ମଝି ଆକାଶରେ ଟିସ୍ୟୁ ପେପରରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉଦ୍ୟୋଗୀ ,ଅବତରଣର ୬ ମିନିଟ୍‌ ପରେ ଆସିଲା ଫୋନ୍‌

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଶିରୋମଣି ଅକାଳୀ ଦଳ ସହ ଆଲୋଚନା ଆରମ୍ଭ କରିଛି। ଏଥିସହ ରାଷ୍ଟ୍ରିୟ ଲୋକଦଳର ଜୟନ୍ତ ଚୌଧୁରୀଙ୍କ ସହ ଆସନକୁ ନେଇ ଆଲୋଚନା ଚାଲିଛି। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ପହଞ୍ଚି ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଯଦିଓ ପୂର୍ବରୁ ନାଇଡୁଙ୍କ ଉପରେ ବିଜେପି ଅସନ୍ତୋଷ ପ୍ରକାଶ କରିଥିଲା, ବର୍ତ୍ତମାନ କିନ୍ତୁ ତାଙ୍କ ସମର୍ଥନ ପାଇବାକୁ ଚାହୁଁଛି, ବିଶେଷ କରି ଯେଉଁଠାରେ ବିଜେପି ଶକ୍ତିଶାଳୀ ନୁହେଁ।

ଟିଡିପି ସାଂସଦ ଜୟଦେବ ଗଲ୍ଲାଙ୍କ ବାସଭବନରେ ପହଞ୍ଚିଥିବା ନାଇଡୁ ଏବଂ ବିଜେପିର କୌଣସି ନେତା ଏହି ବଡ଼ ରାଜନୈତିକ ବିକାଶ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି। ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ତାଙ୍କ ଅଭିଭାଷଣରେ ଦାବି କରିଛନ୍ତି ଯେ, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ଅତି କମରେ ୩୭୦ ଟି ଆସନ ଜିତିବ। ସେ କହିଛନ୍ତି ଯେ ଏଥର ସମସ୍ତ ଏନଡିଏ ପ୍ରାର୍ଥୀ ଏକାଠି ୪୦୦ ରୁ ଅଧିକ ଆସନ ଜିତିବେ।

You can also read: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ନରସିଂହ ରାଓ ଏବଂ ସବୁଜ କ୍ରାନ୍ତିର ଜନକ ସ୍ବାମୀନାଥଙ୍କୁ ଭାରତ ରତ୍ନ, ପିଏମ୍ ମୋଦୀଙ୍କ ଘୋଷଣା




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.