ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଙ୍ଗାପୁର ପରେ ଭାରତରେ କରୋନା ନୂଆ ଭାରିଆଣ୍ଟର ପ୍ରବେଶ, ୩୦୦ରୁ ଅଧିକ ଲୋକ ସଂକ୍ରମିତ ...

ନୂଆଦିଲ୍ଲୀ – ସିଙ୍ଗାପୁରରେ କରୋନାର ଆତଙ୍କ। ଏହାର ନୂଆ ଭାରିଆଣ୍ଟ କେପି .୨ ଓ କେପି.୧ ଖୁବ୍ ଜୋରରେ ନିଜର ପାଦ ପ୍ରସାରିତ କରୁଛନ୍ତି। ଚିନ୍ତାର କଥା ଏହା କି, ଏହି ନୂଆ ଭାରିଆଣ୍ଟ ଏବେ ଭାରତରେ ମଧ୍ୟ ପ୍ରବେଶ କରି ସାରିଛି। ଅଫିସିଆଲି ସୂଚନା ଅନୁସାରେ, ଭାରତରେ କୋଭିଡ-୧୯ର ନୂଆ ଭାରିଆଣ୍ଟ କେପି.୨ର ୨୯୦ ମାମଲା ଓ କେପି.୧ର ୩୪ ଟି ମାମଲାର ସ୍ପଷ୍ଟ କରାଯାଇଛି। ହେଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡ଼ିତ ଏକ ସୂତ୍ର ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ କହିଛି ଯେ, ଏସବୁ ଜେଏନ-୧ର ସବ୍‌ ଭାରିଆଣ୍ଟ। ଏହା ଲୋକଙ୍କ ପାଇଁ ଖୁବ୍‌ ଘାତକ ନୁହେଁ । ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡ଼ିତ ସୂତ୍ର ଆହୁରି କହିଛି - ଏବେସୁଦ୍ଧା କୌଣସି ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଯାଇ ନାହିଁ। ହସ୍ପିଟାଲ ଗୁଡିକରୁ ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ସାମ୍ପଲ ନିଆ ଯାଇଛି, ଯାହାର ଯାଞ୍ଚ କରାଯାଉଛି।

ଉଲ୍ଲେଖନୀୟ ଯେ, ଭାରତରେ କରୋନା ମାମଲା ଉପରେ ନିରୀକ୍ଷଣ କରୁଥିବା ଇଣ୍ଡିଆନ ସାର୍ସ କୋଭ-୨ ଜିନୋମିକ୍ସ କନ୍ସୋର୍ଟିୟମ୍‌ର ଡାଟାରୁ ଏହି କଥାର ଖୁଲାସା ହୋଇଛି। ଡାଟା ଅନୁସାରେ, ଭାରତରେ ଏହି ନୂଆ ଭାରିଆଣ୍ଟ କେପି.୧ର ମୋଟ ୩୪ଟି ମାମଲା ଏବେସୁଦ୍ଧା ମିଳିଛି, ଯେଉଁଥିରେ ୨୩ଟି ମାମଲାର ସ୍ପଷ୍ଟ କେବଳ ପଶ୍ଚିମବଙ୍ଗରେ କରାଯାଇଛି।   

ଅନ୍ୟପଟେ କେପି.୧ର ଏକ ମାମଲା ଗୋଆ , ଦୁଇଟି ମାମଲା ଗୁଜରାଟରେ, ୪ଟି ମାମଲା ମହାରାଷ୍ଟ୍ରରେ , ଦୁଇଟି ମାମଲା ରାଜସ୍ଥାନ ଓ ଗୋଟିଏ ମାମଲାର ପରିଚୟ ଉତ୍ତରାଖଣ୍ଡରେ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.