ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଝି ଆକାଶରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ୦୯/୦୬: ମଝି ଆକାଶରେ ହଠାତ୍‌ ବିମାନରେ ଲାଗିଲା ନିଆଁ। ଟେକ୍‌ ଅଫ୍‌ର କିଛି ମିନିଟ୍‌ ପରେ ଜଳିଗଲା ବିମାନର ଇଂଜିନ୍‌। ଏନେଇ ଯାତ୍ରୀଙ୍କ ମଧ୍ୟରେ  ଆତଙ୍କ ଖେଳିଯାଇଥିବା ବେଳେ କିଛି ଅଘଟଣ ଘଟିବା ପୂର୍ବରୁ ସମସ୍ତ ଯାତ୍ରିଙ୍କ ଜୀବନ ବଞ୍ଚାଇ ଦେଲେ ପାଇଲଟ୍‌। ତେବେ ବୋଇଂ ୭୭୭ ଏୟାର କାନାଡାରେ ଘଟିଛି ଏଭଳି ଘଟଣା।ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଜୁନ୍‌ ୮ ତାରିଖରେ ବୋଇଂ-୭୭୭ ବିମାନଟି କାନାଡାର ଟରଣ୍ଟୋ ପିଆରସନ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଟେକ୍‌ ଅଫ୍‌ କରିଥିଲା। ତେବେ ଉଡାଣ ଆରମ୍ଭ କରିବାର କିଛି ମିନିଟ୍‌ ପରେ ହିଁ ଏହାର ଡାହାଣ ଇଂଜନ୍‌ରେ ନିଆଁ ଲାଗି ଯାଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି) ବିମାନଟି ରନୱେରେ ଥିବା ସମୟରେ ବିମାନର ଡାହାଣ ଇଞ୍ଜିନରୁ ସ୍ପାର୍କ ହୋଇଥିବା ଦେଖିଥିଲେ। ପାଇଲଟଙ୍କୁ ତୁରନ୍ତ ସେ ଏ ବିଷୟରେ ଅବଗତ କରାଇଥିଲେ। ତେବେ ପାଇଲଟ ସୂଚନା ପାଇବା ବେଳକୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ତେବେ ବିମାନରେ ନିଆଁ ଲାଗିଥିବା ସୂଚନା ପାଇବା ପରେ ପାଇଲଟ ଉପସ୍ଥିତି ବୁଦ୍ଧି ଖଟାଇ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି। ବିମାନ ଉଡ଼ାଣର କିଛି ସମୟ ପରେ ହିଁ ପାଇଲଟ୍‌ ଏହାକୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ତୁରନ୍ତି ସମସ୍ତ ଯାତ୍ରୀଙ୍କୁ ବିମାନରୁ ଉଦ୍ଧାର କରାଯାଇଥିଲା। ତେବେ ଉକ୍ତ ବିମାନରେ ୩୮୯ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ୪୦୨ ଜଣ ଥିଲେ। ଏହି ବିମାନଟି କାନାଡାରୁ ପ୍ୟାରିସକୁ ଯାଉଥିଲା। ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ବର୍ତ୍ତମାନ ଏହି ବିମାନକୁ ସେବାରୁ ହଟାଇ ଦିଆଯାଇଛି।


 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.