ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ରଦ୍ଦ ହେଲା ଏୟାର ଇଣ୍ଡିଆର ୭୫ ଉଡ଼ାଣ; କେବେ ସୁଧୁରିବ ଅବସ୍ତା?

Image source: TV9

ନୂଆଦିଲ୍ଲୀ,୧୦/୦୫: ଛୁଟିରୁ ଫେରିବା ପରେ ମଧ୍ୟ ଟାଟା ଗ୍ରୁପ୍‌ର ଏୟାର ଇଣ୍ଡିଆ ଏକ୍ସପ୍ରେସର ଅବସ୍ଥା ଠିକ୍‌ ନାହିଁ। ଶୁକ୍ରବାର ଦିନ ମଧ୍ୟ କମ୍ପାନୀ ଏହାର ୭୫ ଉଡ଼ାଣ ରଦ୍ଦ କରିଛି। କ୍ୟାବିନ୍‌ କ୍ରିୟୁଙ୍କ ସଂଖ୍ୟାରେ ଅଭାବ ହେତୁ ଏହି ସବୁ ଉଡ଼ାଣ ରଦ୍ଦ କରିଛି ଏୟାରଇଣ୍ଡିଆ। ଏହି ନିଷ୍ପତ୍ତିରେ କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ହୋଇଚି। କିଛିଦିନ ପୂର୍ବରୁ ଏୟାର ଇଣ୍ଡିଆର କିଛି କର୍ମଚାରୀ ସାମୂହିକ ଛୁଟିରେ ଯାଇ‌ଥିଲେ, ଫଳରେ କମ୍ପାନୀ ବାଧ୍ୟହୋଇ ଏହାର ୭୮ ଉଡ଼ାଣ ରଦ୍ଦ କରିଥିଲା। ଏପରିକି କମ୍ପାନୀ ସାମୂହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରିଥିଲା। ତେବେ ଗୁରୁବାର ଦିନ ରାତିରେ କମ୍ପାନୀ ଓ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ପରେ କର୍ମଚାରୀମାନେ ସେମାନଙ୍କ ହରତାଳରୁ ଓହରିଥିଲେ ଏବଂ କମ୍ପାନୀ ମଧ୍ୟ ଏହାର ନିଲମ୍ବନ ପ୍ରତ୍ୟାହାର କରିଥିଲା। କିନ୍ତୁ ଶୁକ୍ରବାର ପୁଣି କମ୍ପାନୀ ୭୫ ବିମାନ ରଦ୍ଦ କରିଛି। 

କୋଟି କୋଟି ଟଙ୍କାର କ୍ଷତି: 

ବିମାନ ବାତିଲ ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବହୁ କ୍ଷତି ସହିଛି। କମ୍ପାନୀ କହିଛି ଯେ ବାତିଲ ବଦଳରେ କମ୍ପାନୀକୁ ଯାତ୍ରୀମାନଙ୍କୁ ଫେରସ୍ତ ଟଙ୍କା ସହିତ କ୍ଷତିପୂରଣ ଦେବାକୁ ପଡ଼ିଛି। ଏହି କାରଣରୁ ତାଙ୍କୁ ପ୍ରାୟ ୩୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଭାରତରେ ଡିଜିସିଏ ନିୟମ ଅନୁଯାୟୀ ଯଦି ବିମାନ ସେବା ଦ୍ୱାରା ବିମାନ ବାତିଲ ହୁଏ, ତେବେ କମ୍ପାନୀ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ ସହିତ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବାଧ୍ୟ ଅଟେ। 

କ୍ୟାବିନ କର୍ମଚାରୀଙ୍କ ଅଭାବ ହେତୁ ମଙ୍ଗଳବାର ଠାରୁ କମ୍ପାନୀର ବିମାନ କ୍ରମାଗତ ଭାବରେ ବାତିଲ ହୋଇଚାଲିଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୋଟ ୨୬୦ ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ଶୁକ୍ରବାର ଆହୁରି ୭୫ ଟି ବିମାନ ବାତିଲ କରାଯାଇଛି। ଶନିବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସର ୪୦ ରୁ ୫୦ ବିମାନ ମଧ୍ୟ ବାତିଲ ହେବ ବୋଲି ଆକଳନ କରାଯାଇଛି। ଗୁରୁବାର ଦିନ କମ୍ପାନୀର ୮୫ ବିମାନକୁ ବାତିଲ କରାଯାଇଛି, ଯାହାକି ଏହାର ଦୈନିକ ଉଡ଼ାଣର ୨୩ ପ୍ରତିଶତ ଅଟେ। ଏହି ଟାଟା ଗ୍ରୁପ୍ କମ୍ପାନୀ ପ୍ରତିଦିନ ଦେଶରେ ପ୍ରାୟ ୩୮୦ ବିମାନ ଚଳାଚଳ କରିଥାଏ। ଏଥିରେ କମ୍ପାନୀର କ୍ଷୁଦ୍ର ମାର୍ଗର କିଛି ରହିଥିବା ବେଳେ କିଛି ଆନ୍ତର୍ଜାତୀୟ ବିମାନ ମଧ୍ୟ ରହିଛି, ଯାହାର ଦୈନିକ ହାରାହାରି ଉଡ଼ାଣ ସଂଖ୍ୟା ପ୍ରାୟ ୧୨୦।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.