ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୮ ହଜାର ଅତିଥିଙ୍କ ଭିତରେ ଐଶ୍ବର୍ଯ୍ୟା ମେନନ୍,ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ... ଜାଣନ୍ତୁ ତାଙ୍କ ପରିଚୟ

ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି। ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବହୁ ଅତିଥି ଯୋଗ ଦେବେ। ଏଭଳି କୁହାଯାଉଛି ଯେ, ମୋଟ ୮ ହଜାର ଖାସ୍ ଅତିଥିଙ୍କୁ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ନିମନ୍ତ୍ରଣ ପଠାଯାଇଛି। ଏହି ଅତିଥିଙ୍କ ଭିତରେ ଦକ୍ଷିଣ ରେଲଓ୍ବେର ଚେନ୍ନାଇ ଡିଭିଜନ୍‌ର ବରିଷ୍ଠ ସହାୟକ ଲୋକେ ପାଇଲଟ୍ ଐଶ୍ବର୍ଯ୍ୟା ମେନନ୍ ନରେନ୍ଦ୍ର ମୋଦି ଓ ନୂଆ ସରକାର ଶପଥ ଗ୍ରହଣ ସମାରୋହରେ ଭାଗ ନେବାକୁ ଥିବା ସ୍ବତନ୍ତ୍ର ଅତିଥି ସାମିଲ ଅଛନ୍ତି।

ଉଲ୍ଲେଖନୀୟ ଯେ, ଐଶ୍ବର୍ଯ୍ୟା ମେନନ୍ ବନ୍ଦେ ଭାରତ ଟ୍ରେନ୍ ସହିତ ଜନଶତାବ୍ଦୀ ଭଳି ବିଭିନ୍ନ ଟ୍ରେନ୍‌ରେ ଲୋକେ ପାଇଲଟ୍‌ ରୂପରେ କାମ କରିଛନ୍ତି। ଐଶ୍ବର୍ଯ୍ୟା ଚେନ୍ନାଇ-ବିଜୟଓ୍ବାଡା ଓ ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଆରମ୍ଭ ଫଳରେ ଲୋକେ ପାଇଲଟ୍ ରୂପରେ କାମ କରିଛନ୍ତି। ଐଶ୍ବର୍ଯ୍ୟା ଜଣେ ଭଲ ଲୋକୋ ପାଇଲଟ୍, ସେ ନିଜର ସଠିକତା ଓ ସତର୍କତା ଦ୍ବାରା ରେଲଓ୍ବେ ସିଗନାଲର ଗହନ ଜ୍ଞାନ ପାଇଁ ବରିଷ୍ଠ ଅଇକାରୀଙ୍କଠାରୁ ପ୍ରଶଂସା ପାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ସମାରୋହରେ ଏସିଆର ପ୍ରଥମ ମହିଳା ଲୋକେ ପାଇଲଟ ସୁରେଖା ଯାଦବ ମଧ୍ୟ ସାମିଲ ହେବେ। ସେ ଛତ୍ରପତି ଶିବାଜୀ ମହାଜାର ଟର୍ମିନସ୍-ସୋଲାପୁରରୁ ବନ୍ଦେ ଭାରତ ଟ୍ରେନ୍‌ ଚଳାନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ସମାରୋହରେ ମୋଟ ୧୦ ଜଣ ଲୋକୋ ପାଇଲଟ୍ ଭାଗ ନେଇଛନ୍ତି। ସୁରୋଖା ଯାଦବ ୧୯୮୮ ରେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ ଓ ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ପ୍ରଥମ ମହିଳା ଲୋକୋ ପାଇଲଟ୍‌ ମଧ୍ୟ ଥିଲେ। ନୂଆ ସରକାର ଶପଥ ଗ୍ରହଣ ସମାରୋହରେ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ କାମ କରୁଥିବା ସଫେଇ କର୍ମଚାରୀ, ଟ୍ରାନ୍ସ ଜେଣ୍ଡର ମଧ୍ୟ ସ୍ବତନ୍ତ୍ର ଅତିଥି ଭାବରେ ସାମିଲ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.