ପ୍ରମୁଖ ଖବର
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ଶନିବାର ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର, ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ କ୍ୟାମ୍ପେନ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ସୁନ୍ଦରୀ ପ୍ରତିଯୋଗିତାରେ ନୂଆ ଅଧ୍ୟାୟ: ୩୪ ଜଣଙ୍କୁ ପଛରେ ପକାଇ ୬୦ ବର୍ଷୀୟା 'ଆଲେଜାଣ୍ଡ୍ରା' ମିସ୍‌ ୟୁନିଭର୍ସ ବ୍ୟୁନସ ଆୟର୍ସ ବିଜୟିନୀ

ନୂଆଦିଲ୍ଲୀ ୨୮/୦୪: ଆର୍ଜେଣ୍ଟିନାର ୬୦ ବର୍ଷୀୟା ଆଲେଜାଣ୍ଡ୍ରା ମାରିସା ରୋଡ୍ରିଗୁଏଜ ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଆର୍ଜେଣ୍ଟିନା ରାଜଧାନୀ ବ୍ୟୁନସ ଆୟର୍ସ  ପାଇଁ ସେ ଗୌରବ ଆଣିଦେଇଛନ୍ତି । ୬୦ ବର୍ଷ  ବୟସରେ ଆଲେଜାଣ୍ଡ୍ରା ୩୪ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍‌ ୟୁନିଭର୍ସ ବ୍ୟୁନସ ଆୟର୍ସ ଟାଇଟଲ ବିଜୟିନୀ ହୋଇଛନ୍ତି । ଏହା ଜରିଆରେ ସେ ସୁନ୍ଦରୀ ପ୍ରତିଯୋଗିତାର  ପରିଭାଷା ବଦଳାଇଛନ୍ତି ।  ଆଲେଜାଣ୍ଡ୍ରାଙ୍କ ବିଜୟ କେବଳ ତାଙ୍କ ଉଲ୍ଲେଖଯୋଗ୍ୟ ଯାତ୍ରାକୁ  ଦର୍ଶାଇଛି ତାହା ନୁହେଁ, ବିବିଧତା  ଓ ସମାବେଶୀକୁ ଆପଣେଇବାରେ  ତାଙ୍କ ସମର୍ପଣଭାବକୁ ଉଜାଗର  କରିଛି । 

ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ  ଆୟର୍ସ ପ୍ରଦେଶର ଲା ପ୍ଲାଟା ସହର  ବାସିନ୍ଦା ଆଲେଜାଣ୍ଡ୍ରା କେବଳ ଜଣେ ବିଉଟି  କୁଇନ୍‌ ନୁହଁନ୍ତି, ଜଣେ ପେସାଦାର ଓକିଲ  ଓ ସାମ୍ବାଦିକ ମଧ୍ୟ । ଏହି ପ୍ରତିଭା ସହିତ ସେ  ସମସାମୟିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିଜକୁ  ସାମିଲ କରିଛନ୍ତି । ତାଙ୍କ ବିଜୟ ତାଙ୍କ ଧୈର୍ଯ୍ୟର  ପ୍ରମାଣ ପ୍ରଦର୍ଶନ କରିଛି । ଆଲେଜାଣ୍ଡ୍ରା ବାଧାବିଘ୍ନର  ପ୍ରାଚୀରକୁ ଭାଙ୍ଗି ସୌନ୍ଦର୍ଯ୍ୟ ଓ ବୟସର ପାରମ୍ପରିକ  ମାନଦଣ୍ଡକୁ ନୂଆ ପରିଭାଷା ଦେଇଛନ୍ତି ।

 ଏହି ସମ୍ମାନାସ୍ପଦ ଟାଇଟଲ ପାଇଥିବା ସମବୟସ୍କ ବିଭାଗରେ ପ୍ରଥମ ମହିଳା ହୋଇଛନ୍ତି ଆଲେଜାଣ୍ଡ୍ରା ।  ତାଙ୍କ ବ୍ୟକ୍ତିତ୍ୱ, ସୌନ୍ଦର୍ଯ୍ୟ, ଶାଳୀନତା ଏବଂ ମନୋରମ  ହସ ଉଭୟ ବିଚାରକ ଓ  ଦର୍ଶକଙ୍କୁ ମୁଗ୍ଧ କରିଥିଲା  ତାହା ନୁହେଁ, ବିଶ୍ୱବାସୀଙ୍କ ମନ  ମଧ୍ୟ କିଣିଥିଲା । ଆସନ୍ତା ମେ’ ୨୫  ତାରିଖରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ଆର୍ଜେଣ୍ଟିନା  ପ୍ରତିଯୋଗିତା ପାଇଁ ସେ ଏବେ ପ୍ରସ୍ତୁତ ହେଉଛନ୍ତି ।  ଏଥିରେ ବିଜୟୀ ହେଲେ, ଆସନ୍ତା ସେପ୍ଟେମ୍ବର ୨୮  ତାରିଖରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ୱର୍ଲଡ  ପ୍ରତିଯୋଗିତାରେ ବିଶ୍ୱ ମଞ୍ଚରେ ଆର୍ଜେଣ୍ଟିନା ପତାକା  ଧରି ସେ ଦେଶକୁ ପ୍ରତିନିଧିତ୍ୱ କରିବେ । 

ଏହି ଯାତ୍ରା ବିଷୟରେ ଆଲେଜାଣ୍ଡ୍ରା କହିଛନ୍ତି,  ସୁନ୍ଦରୀ ପ୍ରତିଯୋଗିତାରେ ନୂଆ ଧାରାକୁ ପ୍ରତିନିଧିତ୍ୱ  କରୁଥିବାରୁ ମୁଁ ଖୁବ୍‌ ଉତ୍ସାହିତ । ଆମେ ଏକ ନୂଆ  ମଞ୍ଚର ଉନ୍ମୋଚନ କରୁଛୁ, ଯେଉଁଠି ମହିଳା କେବଳ  ଶାରୀରିକ ସୌନ୍ଦର୍ଯ୍ୟକୁ ନୁହେଁ ନିଜ ମୂଲ୍ୟକୁ ମଧ୍ୟ ନୂଆ  ସ୍ତରକୁ ନେଇପାରିବେ । ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା  ପାଇଁ ବୟସ ସୀମା ରହିବ ନାହିଁ ବୋଲି ଗତ ବର୍ଷ  ବ୍ରହ୍ମାଣ୍ଡ ସୁନ୍ଦରୀ ସଂଗଠନ ଘୋଷଣା କରିଥିଲା । 

ଏଣିକି  ୧୮ ବର୍ଷରୁ ଊଦ୍ଧ୍ୱର୍ ଯେକୌଣସି ବୟସର ମହିଳା  ଏଥିରେ ଭାଗ ନେଇପାରିବେ । ପୂର୍ବରୁ କେବଳ  ୧୮-୨୮ ବର୍ଷୀୟ ମହିଳା ଏହି ପ୍ରତିଯୋଗିତାରେ ଭାଗ  ନେବାର ନିୟମ ଥିଲା । ଆଲେଜାଣ୍ଡ୍ରାଙ୍କ ଭଳି ଆଉ  ଜଣେ ସୁନ୍ଦରୀ ପ୍ରତିଯୋଗୀ ବି ଖବରରେ ଅଛନ୍ତି । ସେ  ହେଉଛନ୍ତି ୪୭ ବର୍ଷୀୟା ହୈଡୀ କ୍ରୁଜ । ସେ ଆଗାମି  ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଡୋମିନିକାନ  ରିପବ୍ଲିକ୍‌କୁ ପ୍ରତିନିଧିତ୍ୱ କରିବେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.