ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ହଠାତ ଟ୍ରେଣ୍ଡ କରୁଛି ‘All Eyes On Rafah’ ? ଭାରତୀୟ ସେଲିବ୍ରିଟି ବି ଶେୟାର କରୁଛନ୍ତି ଫଟୋ

Image Courtesy: herzindagi

ନୂଆଦିଲ୍ଲୀ: ଗାଜାର ରାଫା ସହରରେ ଇସ୍ରାଏଲର ଆକ୍ରମଣ ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏଠାରେ ଥିବା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ମିସାଇଲ ଆକ୍ରମଣରେ ୪୫ ଜଣ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଏବଂ ମହିଳା ସାମିଲ ଅଛନ୍ତି । ଆଉ ଇସ୍ରାଏଲର ଏହି ଭୟଙ୍କର ଆକ୍ରମଣକୁ ବିଭିନ୍ନ ଦେଶ ଏବଂ ମାନବାଧିକାର ସଂଗଠନ ନିନ୍ଦା କରିଛନ୍ତି । ରାଫା ସହରର ଉତ୍ତରପଶ୍ଚିମରେ ଥିବା ତାଲ-ଅସ-ସୁଲତାନ ଅଞ୍ଚଳକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଏ। କିନ୍ତୁ ଇସ୍ରାଏଲ ସେନା ସେଠାରେ ୮ଟି ମିସାଇଲ୍‌ ମାଡ଼ କରି ସବୁ କିଛି ଛାରଖାର କରିଦେଇଛି।

ରାଫାରେ ଇସ୍ରାଏଲ ରକ୍ତର ହୋଲି ଖେଳିଥିବା ବେଳେ ଏହାକୁ ନେଇ ସମଗ୍ର ବିଶ୍ବ ଉଦବେଗ ପ୍ରକାଶ କରିଛି । ରାଫାର ସମର୍ଥନରେ ଏବେ ସୋସିଆଲ ମିଡିଆରେ ‘All Eyes On Rafah’ ଲେଖାଥିବା ଏକ ଫଟୋ ଭାଇରାଲ ହେଉଛି । ବହୁ ବଡ଼ ବଡ଼ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ସହ ସେମାନେ ‘All Eyes On Rafah’ ଫଟୋ ଶେୟାର କରୁଛନ୍ତି। ଏହି ଫଟୋରେ ମୃତଦେହ ଓ ଆକ୍ରମଣରେ ଆହତ ହୋଇ ପଡ଼ି ରହିଥିବା ଲୋକମାନେ ରହିଛନ୍ତି । ମଝିରେ ବଡ଼ ବଡ଼ ଅକ୍ଷରରେ ଶରଣାର୍ଥୀଙ୍କ କ୍ୟାମ୍ପକୁ ଯୋଡ଼ି ‘All Eyes On Rafah’ ଲେଖା ହୋଇଛି । ଭାରତର ଅନେକ ସେଲିବ୍ରିଟି ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଥିବା ଦେଖିବାକୁ ମିଳିଛି । 

ସେପଟେ ଏହି ଫଟୋ ସମ୍ଭବତଃ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ତିଆରି କରାଯାଇଛି । ସେଭ ଚିଲଡ୍ରେନ, ଓକ୍ସଫାମ, Americans for Justice in Palestine Action ପ୍ରମୁଖ ସଂସ୍ଥା ପକ୍ଷରୁ ଏହି ଫଟୋକୁ ଶେୟାର କରାଯାଇଛି। ଏହା ସହ ସୋସିଆଲ ମିଡିଆରେ ‘All Eyes On Rafah’ ହ୍ୟାଶଟ୍ୟାଗ ମଧ୍ୟ ଟ୍ରେଣ୍ଡ କରୁଛି। ଇନଷ୍ଟାଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ୩୦ ମିଲିୟନରୁ ଅଧିକ ଲୋକ ଏହାକୁ ଶେୟାର କରି ସାରିଛନ୍ତି ।

ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଜୋନସ୍‌, ଆଲିଆ ଭଟ୍ଟ, କରୀନା କପୁର ଖାନ, ମାଧୁରୀ ଦିକ୍ଷୀତ ନେନେ, ବରୁଣ ଧଓ୍ବନ, ସୋନମ କପୁର, ସମନ୍ଥା ରଥ ପ୍ରଭୁ, ଦଲକିର ସଲମାନ, ସ୍ବରା ଭାସ୍କର, ରିଚା ଚଢ଼ା, ଜଓ୍ବାନ ଡାଇରେକ୍ଟର ଅଟଲୀ, ଦିଆ ମିର୍ଜା, ତ୍ରିପ୍ତି ଡିମରି, ରକୁଲ ପ୍ରୀତ ସିଂହ, ଭୂମି ପେଡନେକର, ଇଲିଆନା ଡିକ୍ରୁଜ୍‌ ଏବଂ ନୋରା ଫତେଇ ‘All Eyes On Rafah’ ଫଟୋ ଶୋୟାର କରିଛନ୍ତି ।

ଇସ୍ରାଏଲର ଆକ୍ରମଣ ଫଳରେ ରାଫାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯାଇଥିବା କଥାକୁ ସ୍ବୀକାର କରିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଆକ୍ରମଣ ପୂର୍ବରୁ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲେ ହେଁ ଦୁର୍ଭାଗ୍ୟବଶତଃ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି ।   

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.