ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଆଉଟ୍‌ସୋର୍ସିଂ ଉଚ୍ଛେଦ, ପର୍ଯ୍ୟାପ୍ତ ନିଯୁକ୍ତି ଦାବି: ଡିସେମ୍ବର ୪ରୁ ବ୍ୟାଙ୍କ ଧର୍ମଘଟ, ସାମିଲ ହେବେ ରାଷ୍ଟ୍ରାୟତ୍ତ, ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୧୮/୧୧: ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ  (ଏଆଇବିଇଏ) ପକ୍ଷରୁ ଆସନ୍ତା ମାସ ୪ରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି ।  ଏହା ୬ ଦିନ ବ୍ୟାପୀ ଡିସେମ୍ବର ୧୧ ଯାଏ ଚାଲିବ । ସ୍ଥାୟୀ ନିଯୁକ୍ତି ଜାଗାରେ  ଆଉଟସୋର୍ସିଂକୁ ରୋକିବା ଏବଂ ପର୍ଯ୍ୟାପ୍ତ ନିଯୁକ୍ତି ଦେବାକୁ ସଂଘଗୁଡିକ ଦାବି ରଖିଛନ୍ତି । 

ଡିସେମ୍ବର ୪ରେ ପିଏନ୍‌ବି, ପଞ୍ଜାବ ଆଣ୍ଡ୍‌ ସିନ୍ଧ୍‌ ବ୍ୟାଙ୍କ ଓ  ଏସ୍‌ବିଆଇ କର୍ମଚାରୀ ଧର୍ମଘଟରେ ସାମିଲ  ହେବେ । ୫ରେ ବ୍ୟାଙ୍କ ଅଫ୍‌ ବରୋଦା ଓ  ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୬ରେ କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ୭ରେ ଇଣ୍ଡିଆନ ବ୍ୟାଙ୍କ,  ୟୁକୋ ବ୍ୟାଙ୍କ, ୮ରେ ୟୁନିୟନ ବ୍ୟାଙ୍କ , ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ୧୧ରେ ଘରୋଇ  କ୍ଷେତ୍ର ବ୍ୟାଙ୍କର କର୍ମଚାରୀମାନେ ଧର୍ମଘଟରେ  ସାମିଲ ହେବେ । 

AI ପାଇଁ ବିପଦରେ କି ଚାକିରି ?

ଏ ନେଇ ଏଆଇବିଇଏର ସାଧାରଣ  ସମ୍ପାଦକ ସି.ଏଚ୍‌ ଭେଙ୍କଟଚଳମ କହିଛନ୍ତି,  ଧର୍ମଘଟରେ ଉଭୟ ଘରୋଇ କ୍ଷେତ୍ର ଓ  ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ସାମିଲ  ହେବେ । ଏବେ ବ୍ୟାଙ୍କର ଅଧସ୍ତନ ପଦବୀଗୁଡିକରୁ ନିଯୁକ୍ତି ହ୍ରାସ ହେଉଛି ।  ଆଉଟସୋର୍ସିଂ ଯୋଗୁ ବ୍ୟାଙ୍କ ଗ୍ରାହକଙ୍କ ପ୍ରାଇଭେସି ଏବଂ ଅର୍ଥକୁ ରିସ୍କ ଆଡ଼କୁ  ଠେଲି ଦେଉଛନ୍ତି । କିଛି ବ୍ୟାଙ୍କ ଇଣ୍ଡଷ୍ଟ୍ରିଆଲ ଡିସ୍‌ପ୍ୟୁଟ ସଂଶୋଧନ ଆଇନର  ଅବମାନନା କରୁଛନ୍ତି । ଶ୍ରମ କର୍ତ୍ତୃପକ୍ଷ ହସ୍ତକ୍ଷେପ କଲେ ମଧ୍ୟ କର୍ମଚାରୀଙ୍କୁ  ଜୋର ଜବରଦସ୍ତ ସ୍ଥାନ୍ତାନ୍ତର କରାଯାଉଛି ।

୭ ଦିନ ହେଲା ଟନେଲରେ ଫସିଛନ୍ତି ୪୧ ଶ୍ରମିକ 

ଚଳିତ ମାସ ୧୩ରେ ଏଆଇବିଇଏ  ଫ୍ଲାସ ଷ୍ଟ୍ରାଇକ ସମ୍ପର୍କରେ ଘୋଷଣା କରିଥିଲା । ତେବେ ସଂଘ ପକ୍ଷରୁ ହୋଇଥିବା  ଦାବି ଉପରେ ସହମତି ହେବାରୁ ଧର୍ମଘଟକୁ ଯାଇ ନ ଥିଲେ କର୍ମଚାରୀ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.