ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସବୁ ଅଫିସରେ ରହିବ ସ୍ତନ୍ୟପାନ କକ୍ଷ, ଉପକୃତ ହେବେ ମହିଳା

ଭୁବନେଶ୍ଵର, ୩୦/୦୮ : କର୍ମସ୍ଥଳୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନୂଆ ନୂଆ ମାତୃତ୍ୱ ଲାଭ କରିଥିବା ମହିଳା ବି କର୍ମକ୍ଷେତ୍ରରେ ଅଛନ୍ତି । ସେହି ମା’ ଓ ଶିଶୁଙ୍କ ସୁବିଧା ପାଇଁ କର୍ମସ୍ଥଳୀରେ ସ୍ତନ୍ୟପାନ କକ୍ଷ କରାଯିବାର ଆବଶ୍ୟକତା ରହିଛି । ଶିଶୁଙ୍କ ସ୍ତନ୍ୟପାନର ଗୁରୁତ୍ୱକୁ ଦେଖି ଏଭଳି ନିର୍ଦ୍ଦେଶନାମା ଆଣିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ । ସରକାରୀ, ଘରୋଇ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ସ୍ଥାପନ ପାଇଁ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ମୁଖ୍ୟମାନେ ସେମାନଙ୍କ ପ୍ରାଶାସନିକ ନିୟନ୍ତ୍ରଣରେ ଥିବା କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବାକୁ ଚିଠିରେ କୁହାଯାଇଛି । 

ସର୍ବସାଧାରଣ ସ୍ଥାନରେ ମଧ୍ୟ ସ୍ତନ୍ୟପାନ ସୁବିଧା ପାଇଁ ଆରାମଦାୟକ, ଏକାନ୍ତ ଓ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପ୍ରତିଷ୍ଠା କରିବାକୁ କୁହାଯାଇଛି । ଚଳିତ ବର୍ଷ ମଧ୍ୟ ସ୍ତନ୍ୟପାନ ଦିବସର ଥିମ୍‌ ରହିଥିଲା ‘ପ୍ରତିବନ୍ଧକ ଦୂର କରିବା, ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା’ । ତୃଣମୂଳ ସ୍ତରରେ ସ୍ତନ୍ୟପାନ ନେଇ ସଚେତନତା ସୃଷ୍ଟି ସହ ସ୍ତନ୍ୟପାନ ଗୃହର ଆବଶ୍ୟକତା ଉପରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭୀତ ପରିଡ଼ା ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ସବୁ କାର୍ଯ୍ୟାଳୟରେ କର୍ମଜୀବୀ ମା’ମାନଙ୍କ ପାଇଁ କ୍ରେଚ ସହ ସ୍ତନ୍ୟପାନ ଗୃହର ସୁବିଧା ଯୋଗାଇବାର ବ୍ୟବସ୍ଥା କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.