ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୪/୦୬: ସ୍କୁଲ ଖୋଲିବା ପ୍ରଥମ ଦିନ ଦିଆଯିବ ମଧ୍ୟାହ୍ନଭୋଜନ ।  ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  ପକ୍ଷରୁ ଚିଠି କରାଯାଇଛି । ପିଏମ୍‌ ପୋଷଣ ରାଜ୍ୟ ନୋଡାଲ୍‌ ଅଫିସର ରଘୁରାମ  ଆର ଆୟାର ଚିଠି କରିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ଖରା ଛୁଟି ପରେ  ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବା ପାଇଁ ଯାଉଛି । ସ୍କୁଲ ଖୋଲିବାର ପ୍ରଥମ  ଦିନରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । 

ସୂଚନାଯୋଗ୍ୟ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ  ଶ୍ରେଣୀର ପିଲାଙ୍କୁ ପିଏମ୍‌ ପୋଷଣ କାର୍ଯ୍ୟକ୍ରମରେ  ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି । ତେଣୁ ସ୍କୁଲ  ଆସୁଥିବା ସମସ୍ତ ପିଲାଙ୍କୁ ସେମାନଙ୍କର ଅଧିକାରରୁ  ଯେପରି ବଞ୍ଚିତ ନହୁଅନ୍ତି ତାକୁ ଧ୍ୟାନ ଦେବାକୁ  କୁହାଯାଇଛି । ଏପରିକି ଖରା ଛୁଟିରେ ଅବ୍ୟହୃତ ହୋଇ ରହିଥିବା ମଧ୍ୟାହ୍ନଭୋଜନ  ଚାଉଳ, ତେଲ, ମସଲା, ଡାଲି, ସୋୟା ବଡ଼ି ସମେତ ଅନ୍ୟ ସାମଗ୍ରୀ ନଷ୍ଟ ହେବା ସହ  ଫିମ୍ପି ହୋଇଥିବା ଆଶଙ୍କା ରହିଛି । ତେଣୁ ସ୍କୁଲ କର୍ତ୍ତୃପକ୍ଷ ପାଚିକାଙ୍କୁ ରୋଷେଇ ସାମଗ୍ରୀ  ହସ୍ତାନ୍ତର କରିବା ପୂର୍ବରୁ ଯାଞ୍ଚ କରିବାକୁ କୁହାଯାଇଛି । ଖାଦ୍ୟ ରୋଷେଇ ବେଳେ ସ୍ୱଚ୍ଛତା ଓ  ପରିଚ୍ଛନ୍ନତାକୁ ଧ୍ୟାନ ଦେବାକୁ କୁହାଯାଇଛି । ଏହାକୁ ସିଆର୍‌ସିସି ଓ ବିଇଓଙ୍କୁ ମଧ୍ୟ ନିୟମିତ  ଯାଞ୍ଚ କରିବାକୁ କୁହାଯାଇଛି । ଏନେଇ ଭର୍ଚୁଆଲ୍‌ ବୈଠକରେ ଆଲୋଚନା କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.