ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଜାଲିଆତି କରି ବେତନ ବୃଦ୍ଧି ଅଭିଯୋଗ, ମାନବ ସମ୍ବଳ ଅଧିକାରୀଙ୍କୁ ୧୮ ମାସ ଜେଲ

ସିଙ୍ଗାପୁର ୨୬/୦୬: ଜାଲିଆତି କରି ନିଜର ବେତନ ବୃଦ୍ଧି କରିବା ସିଙ୍ଗାପୁରର ଜଣେ ମାନବ ସମ୍ବଳ ଅଧିକାରୀଙ୍କୁ ମହଙ୍ଗା ପଡି଼ଛି । ଏହି ମାମଲାରେ ନିକଟରେ ତାଙ୍କୁ ୧୮ ମାସ ଜେଲ୍‌ଦଣ୍ଡ ମିଳିଛି । ସିଙ୍ଗାପୁରର ଏକ ଇଣ୍ଟେରିଅର ଡିଜାଇନ୍‌ ଫାର୍ମରେ ମାନବ ସମ୍ବଳ ଅଧିକାରୀ ଭାବେ କାମ କରୁଥିଲେ ୫୩ ବର୍ଷୀୟା ଟାନ୍‌ ଲି ନାହ । ୨୦୧୭ରେ ଚାକିରିରେ ଯୋଗ ଦେବାର ମାତ୍ର ଦୁଇମାସ ପରଠାରୁ ସେ ଜାଲ୍‌ ଖର୍ଚ୍ଚ ଦାବି ଉପସ୍ଥାପନ ଆରମ୍ଭ କରିଥିଲେ । 

୨୦୧୯ ନଭେମ୍ବର ମାସରେ ଧରାପଡି଼ବା ଯାଏ ତାଙ୍କର କାରନାମା ଜାରି ଥିଲା । ଏହି ଅବଧି ମଧ୍ୟରେ ନିଜ ପିଲାଙ୍କର ଟ୍ୟୁସନ୍‌ ଫି ଓ ପିତାମାତାଙ୍କର ମେଡିକାଲ୍‌ ବିଲ୍‌ ଭରଣା ଲାଗି ସେ ଜାଲିଆତି କରି ନିଜର ଦରମାକୁ ୧୪୮,୦୦୦ ଡଲାର ବଢ଼ାଇ ଦେଇଥିଲେ । ମୂଳ ଦରମା ସହିତ ଭତ୍ତା ଆକାରରେ ଏହି ଅର୍ଥକୁ ଯୋଡ଼ା ଯାଇଥିଲା । ଦଣ୍ଡାଦେଶ ଶୁଣାଇଥିବା ବିଚାରପତି ଅଭିଯୁକ୍ତ ଜଣକ କଂପାନିର ଟଙ୍କାକୁ ନିଜ ବ୍ୟକ୍ତିଗତ ଅର୍ଥ ଭାବେ ବ୍ୟବହାର କରୁଥିଲେ ବୋଲି ମନ୍ତବ୍ୟ ଦେଇଛନ୍ତି । ମାସକୁ ୭୫୦ରୁ ୭୩୦୦ ଡଲାର ଯାଏ ଜାଲ୍‌ ଭ୍ରମଣ ଖର୍ଚ୍ଚ ଦାବି ଉପସ୍ଥାପନ କରୁଥିଲେ। ୨୦୧୯ ଜାନୁଆରୀରୁ ନଭେମ୍ବର ମାସ ମଧ୍ୟରେ ସେ ମୋବାଇଲ୍‌ ଫୋନ୍‌ ଖର୍ଚ୍ଚ ସମେତ ନିଜର ଅନେକ ବ୍ୟକ୍ତିଗତ ଖର୍ଚ୍ଚକୁ କଂପାନି ନିକଟରୁ ନେଇଥିଲେ । 

ମାନବ ସମ୍ବଳ ଅଧିକାରୀ ଭାବେ କଂପାନିର ପେରୋଲ୍‌ ସିଷ୍ଟମର ପାସୱାର୍ଡ ତାଙ୍କ ପାଖରେ ଥିଲା । ତେଣୁ ସ୍ୱାଭାବିକ ଭାବେ ତାଙ୍କର ଏହି କାର୍ଯ୍ୟ ସଂପର୍କରେ ଅନ୍ୟମାନେ ଜାଣି ପାରିନଥିଲେ । ତେବେ ଜଣେ କର୍ମଚାରୀ ପ୍ରିଣ୍ଟରରେ ମାନବ ସମ୍ବଳ ଅଧିକାରୀଙ୍କର ଦରମା ଷ୍ଟେଟମେଣ୍ଟ ଦେଖିବା ପରେ ଏ ସଂପର୍କରେ ପର୍ଦ୍ଦାଫାଶ ହୋଇଥିଲା । କଂପାନିର ପରିଚାଳନା ଅଧିକାରୀଙ୍କୁ ଏଥିନେଇ ଜଣାଇଥିଲେ କର୍ମଚାରୀ । ଏହାପରେ ତଦନ୍ତ ଚାଲିଥିଲା । ମାସକ ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ କଂପାନି କର୍ତ୍ତୃପକ୍ଷ । ସେପଟେ ଅଧିକାରୀଜଣକ କୋର୍ଟରେ ନିଜର ଦୋଷକୁ ସ୍ୱୀକାର କରିଥିଲେ । ଚଳିତବର୍ଷ ଜୁନ୍‌ ୩ରେ ତାଙ୍କୁ ଦୋଷୀ ଆଖ୍ୟା ଦେଇଥିଲେ କୋର୍ଟ ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.