ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅପେକ୍ଷାର ଅନ୍ତ, ରିଲିଜ ହେଲା 'ପୁଷ୍ପା ୨' ର ଦ୍ୱିତୀୟ ଗୀତ

ମୁମ୍ବାଇ,୨୯/୫: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨' । ନିକଟରେ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ଗୀତ 'ଅଙ୍ଗାରୋଁ' ମୁକ୍ତିଲାଭ କରିଛି। ସେହିପରି ଗୀତର ଟିଜର କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ନଜର ଆସିଥିଲେ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିବା ବେଳେ ଫିଲ୍ମ ନିର୍ମାତା ଆଜି ଆଜି  ଗୀତଟିକୁ ରିଲିଜ୍ କରିଛନ୍ତି।

ଏହି ଗୀତଟି ୬ ଟି ଭାଷାରେ ପ୍ରସ୍ତୁତ କରାଯାଇଛି। ଏହାକୁ ଲୋକପ୍ରିୟ ଗାୟକ ଶ୍ରେୟା ଘୋଷାଲ ଗାଇଛନ୍ତି। ତେବେ ଗୀତଟି ରିଲିଜ ହେବାର ମାତ୍ର ୧ ଘଣ୍ଟା ଭିତରେ ୟୁଟ୍ୟୁବ୍‌ରେ ୨ଲକ୍ଷ ୫୫ ହଜାର ଉପରେ ଲୋକ ଦେଖିସାରିଲେଣି।ତେବେ  'ପୁଷ୍ପା ୨'ର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା'କୁ ମଧ୍ୟ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା। ଇନଷ୍ଟାଗ୍ରାମ ୟୁଜର୍ସମାନେ ମଧ୍ୟ ଏହି ଗୀତରେ ଜମେଇକି ରିଲ୍ ତିଆରି କରିଥିଲେ। ଏହି ଗୀତଟି ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ ଚାରି କୋଟିରୁ ଅଧିକ ଲୋକେ ଦେଖିଲେଣି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.