ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେଡିରୁ ଛାଡ଼ିଲେ ଅମରେନ୍ଦ୍ର ଦାସ, ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ଜଗତସିଂହପୁର,୦୪/୦୪: ଟିକେଟରୁ ବଞ୍ଚିତ ହେବା ପରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ରାତିରେ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଏହି ମର୍ମରେ ସେ ଦଳ ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ  ତାଙ୍କ ଇସ୍ତଫାପତ୍ର ପଠାଇବା ସହିତ ଆଗାମୀ ସାଧାରଣ  ନିର୍ବାଚନ ଲଢ଼ିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।  

ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କୁ ଆଦର୍ଶ ଭାବେ  ଗ୍ରହଣ କରି ଅଣକଂଗ୍ରେସ ରାଜୀନୀତିରେ ଛାତ୍ରାବସ୍ଥାରୁ  ସେ ସକ୍ରିୟ ରହିଥିଲେ । ବହୁବାର ଏସ୍‌ଭିଏମ୍‌ କଲେଜ  ଛାତ୍ର ସଂସଦ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବିଜୟର ମୁକୁଟ ପିନ୍ଧାଇଥିଲେ ।  ବିଷ୍ଣୁଙ୍କ ଅମଳରେ ଅର୍ଥାତ ୨୦୧୯ରେ ସେ ନିଜେ ଜଗତସିଂହପୁରରୁ ଦଳ ଟିକଟରେ  ବିଧାୟକ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିଲେ । ତେବେ ଦଳ ବିଧାୟକ ପ୍ରଶାନ୍ତ କୁମାର  ମୁଦୁଲିଙ୍କୁ ଟିକଟ ଦେବାରୁ ବିବାଦର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରଶାନ୍ତ  ତାଙ୍କ ଘରକୁ ଯାଇ ହାତ ମିଳାଇଥିଲେ ଏବଂ ନିର୍ବାଚନରେ ବିଜେତା ହୋଇଥିଲେ । ଜିତିବା ପରେ କିନ୍ତୁ ପ୍ରଶାନ୍ତ ରାଜନୀତିର ଗୋଟି ଚଳାଇ ଅମରେନ୍ଦ୍ରଙ୍କଠାରୁ ଦୂରତା ରକ୍ଷା  କରିଥିଲେ । 

ଅବଶ୍ୟ ଦଳ ଅମରେନ୍ଦ୍ରଙ୍କୁ ଟିକଟ ଦେଇନଥିଲେ ବି ଥଇଥାନ ପାଇଁ କାଜୁ  ଉନ୍ନୟନ ନିଗମ ଅଧ୍ୟକ୍ଷ ଚୌକିରେ ବସାଇଥିଲା । ଏହା ସହ ଜିଲ୍ଲା ବିଜେଡି ସଭାପତି  ଭଳି ଗୁରୁଦାୟିତ୍ୱ ମଧ୍ୟ ଦେଇଥିଲା । ପରେ ସଭାପତି ପଦରୁ ତାଙ୍କୁ ଅନ୍ତର କରାଯାଇ  ପ୍ରଶାନ୍ତଙ୍କ କାନ୍ଧରେ ଏହି ଦାୟିତ୍ୱ ନ୍ୟସ୍ତ କରିଥିଲା ଦଳ । ଏବେ ଏହି ଦାୟିତ୍ୱ ରବି ନାରାୟଣ  ଜେନାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏପଟେ ନିଗମ ଅଧ୍ୟକ୍ଷ ପଦରୁ ଦାୟିତ୍ୱମୁକ୍ତ ହେବା  ପରେ ବି ଅମରେନ୍ଦ୍ର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିଥିଲେ ।  କିଛି ଦିନ ତଳେ ସହରରେ ଏକ ବିଶାଳ ପଦଯାତ୍ରା ପରି ନିଜ ପତିଆରା ଦେଖାଇଥିଲେ ।  ତଥାପି ଦଳ ଏଥର ବି ତାଙ୍କୁ ଟିକଟରୁ ବଞ୍ଚିତ କରିବାରୁ ସେ ଇସ୍ତଫା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.