ମୁମ୍ୱାଇ : ଅମିତାଭ ବଚ୍ଚନଙ୍କୁ ଶତାବ୍ଦୀର ମହାନାୟକ କୁହାଯାଏ। ସେ ବଲିଉଡ୍ର ଅନେକ ଡାଇରେକ୍ଟର ଓ ଆକ୍ଟରଙ୍କ ସହ କାମ କରିଛନ୍ତି। ଆପଣଙ୍କୁ ଅମିତାଭ ବଚ୍ଚନଙ୍କର ଏକ ଏମିତି ଫିଲ୍ମ ବିଷୟରେ କହୁଛୁ , ଯେଉଁଥିରେ ସେ କିଛି ଫି' ନେଇ ନଥିଲେ। ଏହି ଫିଲ୍ମଟି ୨୦୦୫ ମସିହାରେ ରିଲିଜ ହୋଇଥିଲା। ଅମିତାଭଙ୍କର ଏହି ଫିଲ୍ମକୁ ସଞ୍ଜୟ ଲୀଲା ଭନସାଲୀ ନିର୍ଦ୍ଦେଶନା ଦେଇ ଥିଲେ। ଫିଲ୍ମରେ ଅମିତାଭଙ୍କ ସହ ରାଣୀ ମୁଖାର୍ଜୀ ନଜର ଆସି ଥିଲେ।
ଆପଣ ଏହି ଫିଲ୍ମର ନାଁ ଜାଣନ୍ତି କି ? ଫିଲ୍ମଟି ଥିଲା ‘ବ୍ଲାକ୍’। ଅମିତାଭ ବଚ୍ଚନ ଜଣେ ଶିକ୍ଷକର ଚରିତ୍ରରେ ନଜର ଆସିଥିଲେ। ରିପୋର୍ଟରେ ଦାବି କରାଯାଏ କି, ଅମିତାଭ ବଚ୍ଚନ ଫିଲ୍ମ ପାଇଁ କୌଣସି ଫି' ନେଇ ନଥିଲେ।
୨୦୦୨ ମସିହାରେ ସଞ୍ଜୟ ଲୀଲା ଭନସାଲୀଙ୍କର ଫିଲ୍ମ ଦେବଦାସ ରିଲିଜ ହୋଇ ଥିଲା। ଫିଲ୍ମଟି ବହୁତ ବଡ଼ ହିଟ୍ ସାବ୍ୟସ୍ତ ହୋଇ ଥିଲା ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ନାଁ ଟପ୍ ନିର୍ଦ୍ଦେଶକଙ୍କ ତାଲିକାରେ ସାମିଲ ହୋଇ ସାରି ଥିଲା। ବଲିଉଡ୍ର ବଡ଼ ବଡ଼ ଆକ୍ଟରମାନେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବାକୁ ଚାହୁଁଥିଲେ, କିନ୍ତୁ ଭନସାଲୀ ଅମିତାଭଙ୍କ ସହ କାମ କରିବାକୁ ଚାହୁଁ ଥିଲେ। ଭନସାଲୀ ଯେବେ ଅମିତାଭଙ୍କୁ ବ୍ଲାକ୍ର ସ୍କ୍ରିପ୍ଟ ଶୁଣାଇବାକୁ ପହଞ୍ଚିଲେ , ଏହି ସମୟରେ ଅମିତାଭ ଫିଲ୍ମ ଖାକିର ସୁଟିଂ କରୁ ଥିଲେ। ବ୍ଲାକ୍ର ସ୍କ୍ରିପ୍ଟ ଜାଣିବା ପରେ ଅମିତାଭ ଫିଲ୍ମ ପାଇଁ କେବଳ ହଁ କରି ନଥିଲେ , ଏହାସହ ସେ ଫିଲ୍ମ ପାଇଁ କୌଣସି ଫି' ନେବାକୁ ମନା କରିଥିଲେ।
ମିଡ଼ିଆ ରିପୋର୍ଟ ଅନୁସାରେ , ଅମିତାଭ ବଚ୍ଚନ କହିଥିଲେ ସଞ୍ଜୟ ଲୀଲା ଭନସାଲୀଙ୍କର ସବୁ ଫିଲ୍ମ ଦେଖିବା ପରେ ସେ ତାଙ୍କ ସହ କାମ କରିବାକୁ ଚାହୁଁ ଥିଲେ ଏବଂ ଏହା ତାଙ୍କର ଫି'।
ଏହି ଫିଲ୍ମରେ ସଞ୍ଜୟ ଲୀଲା ଭନସାଲୀ ଯେବେ ରାଣୀ ମୁଖାର୍ଜୀଙ୍କୁ ଆପ୍ରୋଚ କଲେ , ସେ ଫିଲ୍ମ କରିବାକୁ ମନା କରି ଦେଇ ଥିଲେ। ସେ ଭାବୁ ଥିଲେ ଯେ, ରୋଲ୍ ବହୁତ ମୁସ୍କିଲ ଅଛି ଏବଂ ସେ କରି ପାରିବେ ନାହିଁ। ହେଲେ ପରେ ରାଣୀ ମୁଖାର୍ଜୀ ଫିଲ୍ମ ପାଇଁ ହଁ କରି ଦେଇ ଥିଲେ। ସଞ୍ଜୟ ଲୀଲା ଭନସାଲୀ ଯେବେ ଫିଲ୍ମ କରିବାକୁ ନିଷ୍ପତ୍ତି ନେଲେ , କିଛି ଲୋକଙ୍କ କହିବାର ଥିଲା ଯେ, ଫିଲ୍ମ ଫ୍ଲପ୍ ହୋଇଯିବ ଏବଂ କେହି ଏହାକୁ ଦେଖିବାକୁ ଆସିବେ ନାହିଁ। ହେଲେ ଫିଲ୍ମ ଯେବେ ରିଲିଜ ହେଲା ତ ଫିଲ୍ମକୁ ବହୁତ ଭଲପାଇବା ମିଳିଲା ଏବଂ ଫିଲ୍ମଟି ଭଲ ଆୟ କରି ଥିଲା।
ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନଙ୍କୁ ୪ର୍ଥ ଥର ବେଷ୍ଟ ଆକ୍ଟରର ଜାତୀୟ ପୁରସ୍କାର ମିଳି ଥିଲା। ଯଦି ଫିଲ୍ମର ବଜେଟ୍ କଥା କହିବା ତ ଏହି ଫିଲ୍ମ ୨୧.୫ କୋଟି ଟଙ୍କାରେ ତିଆରି ହୋଇଥିଲା। ଫିଲ୍ମର ଆୟର କଥା ଯଦି କହିବା ତ ଏହି ଫିଲ୍ମରେ ପାଖାପାଖି ୬୬.୬ କୋଟି ଟଙ୍କାର ଆୟ ହୋଇଥିଲା। ସଞ୍ଜୟ ଲୀଲା ଭନସାଲୀଙ୍କର ଏହି ଫିଲ୍ମକୁ ଲୋକେ ଆଜି ବି ଖୁବ୍ ପସନ୍ଦ କରନ୍ତି। ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ଏକ ଅନ୍ଧ ଯୁବତୀଙ୍କ ଚରିତ୍ର କରିଥିଲେ।