ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩ହଜାର କୋଟିର ମାଲିକ ଅମିତାଭ ବଚ୍ଚନଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ ? କିଭଳି ହେବ ସମ୍ପତ୍ତି ଭାଗବଣ୍ଟା ? ବିଗ୍ ବି କଲେ ଘୋଷଣା !

ନୂଆଦିଲ୍ଲୀ,୨୯/୧୧ :  ବଲିଉଡ଼ର ସେହନଶାହ ତଥା ଅମିତାଭ ବଚ୍ଚନଙ୍କ ନିକଟ‌ରେ କୋଟିକୋଟି ଟଙ୍କାର ସମ୍ପତ୍ତି ରହିଛି । ନିକଟରେ ସେ ନିଜ ଝିଅ ଶ୍ବେତାଙ୍କୁ ନିଜ ଜୁହୁସ୍ଥିତ ଥିବା ପ୍ରତୀକ୍ଷା ବଙ୍ଗଳାକୁ ଗିଫ୍ଟ ଆକାରରେ ଦେଇଥିଲେ । ୧୫୬୪ସ୍କ୍ବାୟର ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବଙ୍ଗଳା ପ୍ରାୟ ୫୦କୋଟିର ବୋଲି କୁହାଯାଉଛି । କିନ୍ତୁ ଲାଇଫଷ୍ଟାଇଲ ଏସିୟାର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନଙ୍କ ନିକଟରେ ୩ହଜାର ୧୯୦କୋଟିର ସମ୍ପତ୍ତି ରହିଛି । ତାଙ୍କର ବଙ୍ଗଳା ଜଲସାର ଦର ହେବ ୧୧୨କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ପାଖରେ ଜନକ ଏବଂ ବତ୍ସ ଭଳି ମଧ୍ୟ ଆଲିଶାନ ବଙ୍ଗଳା ରହିଛି । ବେଣ୍ଟଲେ କଣ୍ଟିନେଣ୍ଟଲ ଜୀଟୀ, ରେଞ୍ଜ ରୋବର ଅଟୋବାୟୋଗ୍ରାଫି, ରୋଲ୍ସ ରାୟସ ଫ୍ୟାଣ୍ଟମ, ଲେକ୍ସସ ଏଲଏକ୍ସ୫୭୦ ଏବଂ ଅଡି ଏ୮ଏଲ ଭଳି ଲଗଜୁରିୟସ ଗାଡ଼ି ବ୍ୟତୀତ ବିଗ୍ ଏକ ପ୍ରାଇଭେଟ ଜେଟର ବି ମାଲିକ ଅଟନ୍ତି ଯାହାର ଦାମ୍ ରହିଛି ୨୬୦କୋଟି ଟଙ୍କା । 

ବିଗ୍ ବିଙ୍କ ପାଖରେ ଏତେମାତ୍ରାରେ ସମ୍ପତ୍ତି ଏବଂ ଶ୍ବେତା ବଚ୍ଚନଙ୍କୁ ୫୦କୋଟିର ବଙ୍ଗଳା ଗିଫ୍ଟ କରିବା ପରେ ଏବେ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଛୁ କି କ’ଣ ଅମିତାଭ ବଚ୍ଚନଙ୍କ ନିକଟରେ ଏବେ ଯାହା କିଛି ଅଛି ତାହା ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ହିଁ ଯିବ ? ମାତ୍ର ଏହା ବିଲ୍‌କୁଲ ନୁହେଁ ଆଉ ଏହି କଥାର ସ୍ପଷ୍ଟ ନିଜେ ଅମିତାଭ ବଚ୍ଚନ ହିଁ କନଫର୍ମ କରିଛନ୍ତି । 

ତାଙ୍କର ରିଏଲିଟି ଶୋ କେବିସିରେ ଅମିତାଭ ବଚ୍ଚନ ସଫାସଫା କହିଛନ୍ତି କି ଅଭିଷେକ ବଚ୍ଚନଙ୍କୁ ତାଙ୍କର ପୂରା ସମ୍ପତ୍ତି ମିଳିବ ନାହିଁ । 


ଅମିତାଭ ବଚ୍ଚନ ତାଙ୍କ ସମ୍ପତ୍ତିକୁ ନେଇ ବହୁ ପୂର୍ବରୁ ଥିବା ଦ୍ବନ୍ଦକୁ ଦୂର କରି ଦେଇଛନ୍ତି । ଏକ ଶୋରେ ବିଗ୍ ବି କହିଛନ୍ତି କି, ‘ଯେତେବେଳେ ମୁଁ ରହିବି ନାହିଁ ତ ସେତେବେଳେ କିଛି ବହୁତ ମୋ ପିଲାମାନଙ୍କର ଅଟେ । ମୋର ଗୋଟିଏ ପୁଅ ଏବଂ ଝିଅ ଅଛି । ଉଭୟଙ୍କ ମଧ୍ୟରେ ସମାନ ଭାବେ ବଣ୍ଟା ଯିବ । ଫଳରେ ଏହା ସ୍ପଷ୍ଟ ଜଣାପଡ଼ୁଛି କି ଅମିତାଭ ବଚ୍ଚନଙ୍କ ସମସ୍ତ ସମ୍ପତ୍ତି ଉପରେ ଅଭିଷେକ ବଚ୍ଚନ ଏବଂ ଶ୍ବେତା ବଚ୍ଚନଙ୍କ ସମାନ ଭାବେ ହକ୍ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.