ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...

ନୂଆଦିଲ୍ଲୀ: ୱାରିସ୍ ପଂଜାବ ଦେ ମୁଖ୍ୟ ଅମୃତପାଲ ସିଂ ଆଜି (ଶୁକ୍ରବାର) ଲୋକସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ତାଙ୍କୁ ସଂସଦରୁ ବାହାରକୁ ନିଆଯାଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଅମୃତପାଲ ସିଂଙ୍କୁ ସାଂସଦ ଭାବେ ଶପଥ ଗ୍ରହଣ କରିବା ପାଇଁ ଆଜି (ଶୁକ୍ରବାର) ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ନିଆଯାଇଥିଲା । ପଂଜାବର ଖଦୁର ସାହେବ ଆସନରୁ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ଅମୃତପାଲଙ୍କୁ ଶପଥ ଗ୍ରହଣ ପାଇଁ ଚାରି ଦିନିଆ ପାରୋଲ ଦିଆଯାଇଛି, ଯାହାକି ଜୁଲାଇ ୫ରୁ ଆରମ୍ଭ ହୋଇଛି । 

ପଞ୍ଜାବର ଖଦୁର ସାହେବ ଲୋକସଭା ଆସନରୁ ଅମୃତପାଲ ସିଂ ୧ ଲକ୍ଷ ୯୭ ହଜାର ୧୨୦ ଭୋଟରେ ଜିତିଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ କୁଲବୀର ସିଂ ଜିରାଙ୍କୁ ପରାସ୍ତ କରିଛନ୍ତି । ପଞ୍ଜାବ ପୋଲିସର ଏକ ଆଠ ଜଣିଆ ଟିମ୍ ଅମୃତପାଲଙ୍କୁ ନୂଆଦିଲ୍ଲୀ ଆଣିବା ପାଇଁ ଗୁରୁବାର (ଜୁଲାଇ ୪) ଦିନ ଦିବ୍ରୁଗଡ ଜେଲରେ ପହଞ୍ଚିଥିଲେ । ଅଧିକାରୀ କହିଛନ୍ତି ଯେ ଆସାମ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଏକ ଟିମ୍ ତାଙ୍କୁ ଜେଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଯାଇଥିଲେ ।

ଖଡୁର ସାହେବ ଲୋକସଭାରୁ ଜିତିଥିବା ସ୍ୱାଧୀନ ପ୍ରାର୍ଥୀ ଅମୃତପାଲ ସିଂଙ୍କ ପାରୋଲ ସମ୍ପର୍କରେ କଡା ନିର୍ଦ୍ଦେଶ ରହିଛି । ଏହି ସମୟରେ ସେ କିମ୍ବା ତାଙ୍କ ସମ୍ପର୍କୀୟ ମାନେ ଦିଲ୍ଲୀ ଗସ୍ତ ସମୟରେ କୌଣସି ବିବୃତ୍ତି ଦେବେ ନାହିଁ । ଏହା ସହିତ, ଯେକୌଣସି ପ୍ରକାରର ମିଡିଆ କଭରେଜ ଉପରେ କଡା ନିଷେଧାଦେଶ ରହିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.