ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ସ୍କୁଲରେ ଉପରେ ଇସ୍ରାଏଲର ଆକ୍ରମଣ, ଚାଲିଗଲା ୨୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୨୨/୦୯: ଗାଜା  ଦକ୍ଷିଣ ପ୍ରାନ୍ତରେ ପରେ ଇସ୍ରାଏଲର ଆକ୍ରମଣ। ସେଠାରେ ବିସ୍ଥାପିତଙ୍କୁ ଆଶ୍ରୟ ଦେଇଥିବା ଏକ ସ୍କୁଲରେ ମିଶାଇଲ ମାଡ ହେବା ଫଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ରହିଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ତେବେ ଗାଜାକୁ ପରିଚାଳନା କରୁଥିବା ବିଦ୍ରୋହୀ ସଂଗଠନ ହମାସର ଗୋଟିଏ ମିଡିଆ ଅଫିସ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲର ମିଶାଇଲ ମାଡ଼ରେ ୧୩ ଜଣ ଛୋଟ ପିଲା ଓ ୬ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ସାମ୍ନାକୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିରାଟ କାୟ ରୁମର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହା ଭଗ୍ନସ୍ତୁପରେ ପରିଣତ ହୋଇଥିବା ବେଳେ ଫର୍ଣ୍ଣିଚର ଗୁଡ଼ିକ ଜଳି ଯାଇଛି। ଛାତରେ ବିରାଟକାୟ ଗାତ ସବୁ ହୋଇଛି। ଏହି ଧ୍ୱଂସାବଶେଷ ତଳେ ରହିଥିବା ନିଜ ଜିନିଷକୁ ମଧ୍ୟ କିଛି ଲୋକ ଖୋଜୁଛନ୍ତି। 

ସେପଟେ ଘଟଣା ବେଳେ ଉପସ୍ଥିତ ଥିବା ସୟଦ ଅଲ ମାଲାହି କହିଛନ୍ତି, “ମହିଳାମାନେ ଓ ସେମାନଙ୍କ ପିଲାମାନେ ସ୍କୁଲର ପଡ଼ିଆରେ ବସିଥିଲେ। କିଛି ପିଲା ମଧ୍ୟ ଖେଳୁଥିଲେ। ଏହି ସମୟରେ ୨ଟି ରକେଟ ସେଠାରେ ମାଡ଼ ହୋଇଥିଲା। କିଛି ମୃତଦେହକୁ ଗଧ ଗାଡ଼ିରେ କମଳ ଘୋଡ଼ାଇ ଘଟଣାସ୍ଥଳରୁ ନିଆଯାଇଛି। କାରଣ ମୃତାହତଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସରେ ଜାଗା ନଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।” ଆକ୍ରମଣରେ ଛିନଛତ୍ର ହୋଇଥିବା ବିଲଡିଂଟି ହମାସ ଓ ଇସ୍ରାଏଲ ଯୁଦ୍ଧ ପୂର୍ବରୁ ସ୍କୁଲ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ଯୁଦ୍ଧ ପର ଠାରୁ ଏଠାରେ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଏହି ରୁମରେ ଯୁଦ୍ଧକ୍ଷତିଗ୍ରସ୍ତମାନେ ଆଶ୍ରୟ ନେଉଥିଲେ। ଅନ୍ୟପକ୍ଷରେ ସ୍କୁଲରେ ଆକ୍ରମଣ ଘଟଣାକୁ ଇସ୍ରାଏଲ ଖଣ୍ଡନ କରିଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.