ପ୍ରମୂଖ ଖବର
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଭୋଟ୍ ଦେବାକୁ ଯାଇ ପ୍ରାଣ ହରାଇଲେ ବୃଦ୍ଧା

ଖଣ୍ଡପଡ଼ା, ୨୫/୫ : ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତରେ ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଶନିବାର ସକାଳେ ବାଘୁଆପଲ୍ଲୀ ପଞ୍ଚାୟତ ଅଧିନ ପଥରପୁଞ୍ଜି ଗ୍ରାମର ବୁଥ ନଂ ୧୬୭ରେ ଏଭଳି ଅଭାବନୀୟ ଘଟଣା ଘଟିଛି। 

ସୂଚନାନୁଯାୟୀ, ଗ୍ରାମର କୁମୁଦିନି ଦଳେଇ (୬୫ ବର୍ଷ) ଭୋଟ୍ ଦେବାକୁ ଆସି ଦୀର୍ଘ ସମୟ ଧରି ଧାଡିରେ ଠିଆ ହୋଇଥିଲେ। ଅସହ୍ୟ ଗୁଳୁଗୁଳି ଏବଂ ଇଭିଏମରେ ତ୍ରୁଟି ଯୋଗୁଁ ପ୍ରାୟ ୨ ଘଣ୍ଟା ପରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଭିଡ଼ ଏବଂ ଗୁଳୁଗୁଳି ପ୍ରଭାବରେ କୁମୁଦିନି ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଫତେଗଡ଼ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଘଟଣାର ତଦନ୍ତ କରାଯାଉଥିବା ନେଇ ସୂଚନା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.