ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଡିଏଭି ସ୍କୁଲ ନିକଟରେ ବାଇକକୁ ପିଟିଲା ଅଜଣା ଟ୍ରକ୍‌, ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ ଛାତ୍ର ଓ ଜଣେ ଅଭିଭାବକ

ବଡବିଲ,୦୫/୦୮: ଯୋଡ଼ା ଡିଏଭି ସ୍କୁଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ଶୋଚନୀୟ ମୃତ୍ୟୁ । ମୃତକ ହେଉଛନ୍ତି ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍, ତାଙ୍କ ପୁଅ ନିକିତ ଭୂସାଲ୍ ଓ ତାଙ୍କ ପଡୋଶୀ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶ ଶର୍ମା ।

ସୂଚନା ଅନୁଯାୟୀ, କ୍ରିଷ୍ଣା ଭୂସାଲ୍ ଏକ ବାଇକ୍ ଯୋଗେ ଦୁଇ ଛାତ୍ରଙ୍କୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ । ସ୍କୁଲ ପହଞ୍ଚିବା ପୂର୍ବରୁ ଏକ ଅଜଣା ଟ୍ରକ୍ ବାଇକକୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣା ପଡିଛି । ଫଳରେ ଦୁର୍ଘଟଣାସ୍ଥଳରେ ସମସ୍ତେ ପ୍ରାଣ ହରାଇଛନ୍ତି । ମୃତ ଦୁଇ ଛାତ୍ର ଡିଏଭି ସ୍କୁଲର ଷ୍ଟାଣ୍ଡାର୍ଡ ୱାନ୍‌ରେ ପାଠ ପଢୁଥିଲେ । ଏହି ଦୁଃଖଦ ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତା ଉପରେ ମୃତଦେହ ଗୁଡ଼ିକ ପଡ଼ି ରହିଥିବା ବେଳେ, ସ୍ଥାନୀୟଲୋକେ ରାସ୍ତା ରୋକ କରିଛନ୍ତି । ସେହି ବାଟ ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଛି । ଖବର ପାଇ ଘଟଣା ସ୍ଥଳରେ ଯୋଡ଼ା ପୋଲିସ୍ ପହଞ୍ଚିଛି । ଘଟଣାର ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝା ସୁଝା କରୁଛି  ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.