ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଣ୍ଡନ କି ଆବୁଧାବିରେ ନୁହେଁ ବରଂ ଭାରତର ଏହି ସ୍ଥାନରେ ହେବ ଅନନ୍ତ-ରାଧିକାଙ୍କ ବାହାଘର, ସାମିଲ ହେବେ ବଡ ବଡ ସେଲିବ୍ରିଟି...

ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଗୁଜୁରାଟର ଜାମନଗରରେ ତିନି ଦିନ ଧରି ଚାଲିଥିବା ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଂ ପରେ ବର୍ତ୍ତମାନ ସେମାନଙ୍କର ବିବାହ ୧୨ ଜୁଲାଇରେ ହେବାକୁ ଯାଉଛି । ପରିବାରରେ ବିବାହ ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । କିନ୍ତୁ ଏସବୁ ମଧ୍ୟରେ ବିବାହର ଭେନ୍ୟୁ ବା ସ୍ଥାନକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଛି । ଆଉ ଏହାରି ଭିତରେ ଏବେ ଖବର ଆସୁଛି ଯେ, ଅନନ୍ତ ଅମ୍ବାନୀଙ୍କ ବିବାହ ଲଣ୍ଡନରେ ନୁହେଁ ବରଂ ଭାରତରେ ହେବ।

ଜୁଲାଇ ୧୨ ରେ ଅନନ୍ତ ଏବଂ ରାଧିକା ବିବାହର ସାତ ଘେରା ନେବାକୁ ଯାଉଛନ୍ତି । ବିବାହକୁ ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ଆସୁଛି । ଏହି ବିବାହ ଉତ୍ସବରେ ଦେଶ ତଥା ବିଦେଶର ବଡ ବଡ ସେଲିବ୍ରିଟି ମାନେ ଯୋଗଦେବେ । ଅନନ୍ତ ଏବଂ ରାଧିକାଙ୍କ ବିବାହକୁ ନେଇ ବିଭିନ୍ନ ଦାବି କରାଯାଉଛି । ପାପାରାଜି ବିରଲ ଭୟାନୀଙ୍କ ଅନୁଯାୟୀ ଅମ୍ବାନୀ ପରିବାରର ପୁଅ ଅନନ୍ତଙ୍କ ବିବାହ କେବଳ ମୁମ୍ବାଇରେ ହେବ । ଏହା ପୂର୍ବରୁ ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଥିଲା ଯେ ଏହି ବିବାହ ଲଣ୍ଡନରେ ହେବ।

ଏହି ରିପୋର୍ଟରେ କୁହାଯାଇଥିଲା ଯେ, ସେମାନଙ୍କ ବିବାହ ଲଣ୍ଡନର ଷ୍ଟୋକ୍ ପାର୍କ ଇଷ୍ଟେଟରେ ହେବ ଏବଂ ଆବୁଧାବିରେ ସଂଗୀତ ସମାରୋହ ଆୟୋଜିତ ହେବ। ବଲିଉଡକ୍ରିକେଟ୍ବ୍ୟବସାୟ ଏବଂ ରାଜନୀତି ସହ ଜଡିତ ଲୋକମାନେ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଅତିଥି ତାଲିକା ପ୍ରକାଶ କରାଯାଇ ନାହିଁ କିମ୍ବା ଅମ୍ବାନୀ ପରିବାର ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ।

ସୂଚନାଥାଉକି ଯେ ଅନନ୍ତ ଏବଂ ରାଧିକାଙ୍କ ବିବାହ କାର୍ଡ ଛପା ହୋଇ ସାରିଛି ଏବଂ ଅତିଥିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ବିବାହ କାର୍ଡ ପ୍ରାୟ ନଅ ପୃଷ୍ଠାର ହୋଇଛି । ଯଦି ଆମେ ପ୍ରି ଓ୍ବେଡିଂ ବିଷୟରେ କହିବା ତେବେ ଅମ୍ବାନୀ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି କୁହାଯାଉଛି

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.