ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆନ୍ଧ୍ର ଏବଂ ଓଡ଼ିଶାରେ ବିଧାନସଭା ଭୋଟ ଗଣତି ଜାରି, ଓଡ଼ିଶାରେ ୨୧ ସିଟ୍‌ ଓ ଆନ୍ଧ୍ରରେ ୩୯ ସିଟ୍‌ରେ ଆଗୁଆ ବିଜେପି

ନୂଆଦିଲ୍ଲୀ, ୦୪/୦୬ : ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବିଧାନସଭା ଭୋଟ ଗଣତି ଜାରି ରହିଛି। ଓଡ଼ିଶାରେ ବିଜେପି ୨୧ ସିଟ୍‌ରେ ଆଗରେ ରହିଥିବା ବେଳେ ବିଜେଡି ୧୦ ସିଟ୍‌ରେ ଆଗୁଆ ରହିଛି। ସେହିପରି କଂଗ୍ରେସ ମାତ୍ର ୪ଟି ସିଟ୍‌ରେ ଆଗୁଆ ଚାଲିଛି। ସେପଟେ ଆନ୍ଧ୍ରପ୍ରଦେଶରେ ବିଜେପି ୩୯ ସିଟ୍‌ରେ ଆଗୁଆ ରହିଥିବା ବେଳେ ୱାଇଏସ୍‌ଆରସିପି ୫ଟି ସିଟ୍‌ରେ ଆଗୁଆ ରହିଛି। ତେବେ ରାଜ୍ୟରେ ଏବେ ସୁଦ୍ଧା କଂଗ୍ରେସ ଖାତା ଖୋଲିପାରିନି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁଯାୟୀ ଦୁଇ ରାଜ୍ୟରେ ବିଜେପି ଲିଡ୍‌ରେ ରହିଛି। ତେବେ ଆଗକୁ ଟ୍ରେଣ୍ଡ୍ ବଦଳିପାରେ। 

୨୦୧୪ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିରୁ ନବୀନ ପଟ୍ଟନାୟକ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି। ସେପଟେ ବିଜେପି ବିନା କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଳରେ ନିର୍ବାଚନ ଲଢୁଛି। ଆଜି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଫଳାଫଳ ସାମ୍ନାକୁ ଆସିବା ପରେ ରାଜ୍ୟରେ କିଏ ସରକାର ଗଢିବ ତାହା ଜଣାପଡ଼ିବ। ସେପଟେ ଆନ୍ଧ୍ରପ୍ରଦେଶର ୧୭୫ ସିଟ୍‌ରେ କଡ଼ା ମୁକାବିଲା ହେଉଥିବା ଦେଖିବାକୁ ମିଳୁଛି। ଏଠାରେ ଗୋଟିଏ ପଟେ ଜଗନମୋହନ ରେଡି ନିର୍ବାଚନ ଲଢୁଥିବା ବେଳେ ଅନ୍ୟପଟେ ଟିଡିପି ଏବଂ ବିଜେପିର ମହାମେଣ୍ଟ ରହିଛି। 











  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.