ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଆନ୍ଧ୍ରପ୍ରଦେଶରେ ଟିଡିପିର ଜବରଦସ୍ତ ପ୍ରତ୍ୟାବର୍ତ୍ତନ; ଜୁନ୍‌ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ ଚନ୍ଦ୍ରବାବୁ ନାଇଡ଼ୁ

ନୂଆଦିଲ୍ଲୀ,୦୫/୦୬: ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ନିର୍ବାଚନ ଗଣନା ଧାରା ଦର୍ଶାଉଛି ଯେ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପୁଣି ଥରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ନାଇଡୁ ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦଳ ଘୋଷଣା କରିଛି। ପାର୍ଟି ମୁଖ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଛି। ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ମାତ୍ର ୨୪ ଟି ଆସନରେ ଆଗୁଆ ରହି ବହୁତ ପଛରେ ପଡ଼ିଯାଇଛି। 

କହିରଖୁଛୁ ଯେ ଲୋକସଭା ନିର୍ବାଚନ ସହିତ ମେ' ୧୩ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଏକ କାର୍ଯ୍ୟକାଳ ପାଇଁ ଓ୍ବାଇଏସ୍‌ଆର୍‌ସିପି କେବଳ ୧୭୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ଟିଡିପି ୧୪୪ ଟି ଆସନରେ ପ୍ରାର୍ଥୀ ଠିଆ କରିଥିଲା। ପୱନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟି (ଜେଏସପି) ୨୧ ଟି ଆସନରେ ଏବଂ ବିଜେପି ୧୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ପ୍ରମୁଖ ପ୍ରତିଦ୍ବନ୍ଦିମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ୍ ମୋହନ ରେଡ୍ଡୀ (ଓ୍ବାଇଏସ୍‌ଆର୍‌ସିପି), ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ, ଜେଏସପିର ପୱନ କଲ୍ୟାଣ ଅଛନ୍ତି।

୨୫ଟି ଲୋକସଭା ଆସନ: 

ଆନ୍ଧ୍ରପ୍ରଦେଶରେ ମୋଟ ୨୫ ଟି ଲୋକସଭା ଆସନ ଅଛି। ୨୦୧୯ ରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ରାଜ୍ୟର ୨୫ ଟି ଲୋକସଭା ଆସନ ମଧ୍ୟରୁ ୨୨ ଟି ଜିତିଥିଲା। ଯେଉଁଠାରେ ଟିଡିପି କେବଳ ୩ ଟି ଆସନରେ ସୀମିତ ଥିଲା। ଅନ୍ୟପକ୍ଷରେ ବିଜେପି ଏବଂ କଂଗ୍ରେସ ଭଳି ଜାତୀୟ ଦଳ ଏଠାରେ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନଥିଲେ। ତେବେ ଚଳିତ ନିର୍ବାଚନରେ ଏଥର ଟିଡିପି-ବିଜେପି ମିଳିତମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସର୍ଭେରୁ ଜଣାପଡିଛି। ସର୍ଭେରେ ଏନଡିଏ ୧୮ ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଇଣ୍ଡିଆ ମେଣ୍ଟ କୌଣସି ଆସନ ପାଇବନି ବୋଲି ପୂର୍ବାନୁମାନ କରାଯାଇଥିଲା।ଗତ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏଥର ଗୋଟିଏ ଆସନ ଜିତିବ ବୋଲି ଆଶା କରାଯାଉଛି।

ଆରମ୍ଭରୁ ବିଜେପି ଆଗରେ:

ଆନ୍ଧ୍ରପ୍ରଦେଶରେ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଭୋଟ୍ ଗଣନା ସକାଳ ୮ ଟାରୁ ଆରମ୍ଭ ହୋଇ‌‌ଥିଲା। ପ୍ରାରମ୍ଭିକ ଧାରାରେ ତେଲେଙ୍ଗାନାରେ ବିଜେପି ଆଗରେ ରହିଛି। ମଙ୍ଗଳବାର ତେଲେଙ୍ଗାନାର ୧୭ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗଣନା କରିଥିବା ବେଳେ ବିଜେପି ତିନିଟି ଲୋକସଭା ଆସନରେ ଆଗୁଆ ରହିଥିଲା। ତେବେ ବହୁମତ ସହିତ ଟିଡିପି ପୁଣିଥରେ ସରକାର ଗଢ଼ିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଆଜି ସନ୍ଧ୍ୟା ୪ଟାରେ ଓ୍ବାଇ.ଏସ୍.ଜଗନମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.