ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ନନ୍ଦନକାନନକୁ ଆସୁଛି ଜିରାଫ, ମାଛରଙ୍କା ବିରାଡ଼ି ଓ ସବୁଜ ଏଣ୍ଡୁଅ: ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଜନ୍ତୁ ଅଦଳବଦଳ

ବାରଙ୍ଗ,୦୯/୦୮: ରକ୍ତ ସମ୍ପର୍କ ପରିବର୍ତ୍ତନ ଓ ବଂଶ ବୃଦ୍ଧି ପାଇଁ  ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କଲିକତା ଆଲିପୁର ଚିଡିଆଖାନା ଓ ହାଇଦ୍ରାବାଦର ନେହୁର ପ୍ରାଣୀଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଜନ୍ତୁ ଆସିବେ । କେଉଁ ଜନ୍ତୁ ଅଦଳ ବଦଳ କରାଯିବ ସେଥିପାଇଁ ଉଭୟ ଚିଡ଼ିଆଖାନା ସହିତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କଥାବାର୍ତ୍ତା ସରିଛି । ତେବେ କେବଳ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ  ଅପେକ୍ଷା। ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ  ୨୦ଟି ଜୀବଜନ୍ତୁ ଦେବ । ସେମାନଙ୍କ ମଧ୍ୟରେ ୨ ସିଂହ (ଅଣ୍ଡିରା ମାଈ),  ଗୋଟିଏ ମାଈ ସାଧାରଣ ବାଘ, ଦୁଇଟି ଜଳହସ୍ତୀ (ଅଣ୍ଡିରା ମାଈ),  ୨ଟି ମାଈ ହିମାଳୟ କଳାଭାଲୁ, ଦୁଇଟି ବାରଶିଙ୍ଗା, ୪ ଗୁରାଣ୍ଡି , ୨ଟି  ଚଉଶିଙ୍ଗା,୫ଟି କୁଜି ହରିଣ ଅଛନ୍ତି । ଏହା ବଦଳରେ କଲିକତା ଆଲିପୁର ଚିଡିଆଖାନାରୁ ହଳେ ଜିରାଫ୍‌, ୨ ମାଛରଙ୍କା ବିରାଡି,୬ପାଣି  ଗୋଧି, ୮ଟି ଗ୍ରୀନ ଏଣ୍ଡୁଅ, ୨ଟି ଚାମୁଚ ଥଣ୍ଟିଆଆସିବେ ।   

ନନ୍ଦନକାନନରୁ ହାଇଦ୍ରାବାଦ ଚିଡ଼ିଆଖାନାକୁ ୨୩ ଜୀବଜନ୍ତୁ ଯିବେ ।  ସେଥିମଧ୍ୟରେ ରହିଛି ୩ ସିଆମିଜ କୁମ୍ଭୀର, ୪ ଗେଣ୍ଢାଳିଆ,  ୪ ସୁନେଲି କୁକୁଟ, ୨ ଲେଡି ଆମହର୍ଷ୍ଟ ଫିଜାଣ୍ଟ, ୪ ଆସାମ  ମାଙ୍କଡ, ୪ ଗୁରାଣ୍ଡି, ୨ କୁଜି ହରିଣ  । ଏହା ପ୍ରତିବଦଳରେ  ହାଇଦ୍ରାବାଦ ଚିଡ଼ିଆଖାନାରୁ ୨ ସାରସ ପକ୍ଷୀ, ୨ ଚାମୁଚ ଥଣ୍ଟିଆ,୨  ଧୂସର ଜଙ୍ଗଲୀ କୁକୁଡା, ୨ ମାଈ ଆମେରିକାନ ଏଣ୍ଡୁଅ,୪  ଧଳା କପତ,୨ ଗୁରାଣ୍ଡି, ୨ କୁଜି ହରିଣ, ୪ ନାଲି ବୋଡ଼ା, ୨  ବାଲି ବୋଡ଼ା, ୨ ଚନ୍ଦନ ବୋଡ଼ା, ୪ ବନେଟ ମାଙ୍କଡ଼ ଆସିବ ।  

ସୂଚନା ଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ  ଜିରାଫ ଖୁସି ଏକାକୀ ରହୁଥିବା ବେଳେ ଏବେ ହଳେ  ଜିରାଫ ଅଣାଯାଉଛି । ଫଳରେ ପ୍ରାଣୀ ଉଦ୍ୟାନରେ ଜିରାଫ  ବଂଶ ବୃଦ୍ଧି ହେବା ସହିତ ପର୍ଯ୍ୟଟକ ଗୋଟିଏ ଖୁଆଡ଼ରେ  ତିନୋଟି ଜିରାଫ ଦେଖି ଭରପୂର ମନୋରଞ୍ଜନ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.