ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଦ୍ଭୁତ ଜୀବ, ଜାଣି ଆଶ୍ଚର୍ଯ୍ୟ ହେବେ କେବେହେଲେ ଶୁଅନ୍ତିନି ଏମାନେ...

ଭୁବନେଶ୍ୱର, ୨୫।୨: ଏଭଳି ଅନେକ ପଶୁପକ୍ଷୀ ଅଛନ୍ତି ଯିଏ ଖୁବ୍ କମ୍ ଶୋଇଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କିଛି ଏଭଳି ପଶୁପକ୍ଷୀ ମଧ୍ୟ ଅଛନ୍ତି ଯିଏ କେବେ ହେଲେ ଶୋଇନଥାନ୍ତି । 

ଡଲଫିନ୍: ନବଜନ୍ମିତ ଡଲଫିନ୍ ୧ ମାସ ପର୍ଯ୍ୟନ୍ତ ଶୋଇନଥାଏ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଡଲଫିନ୍ ଶୋଇବା ସମୟରେ ମଧ୍ୟ ପହଁରିପାରନ୍ତି । 

ବୁଲ୍‌ଫ୍ରଗ୍: ଏହି ବେଙ୍ଗ ପ୍ରତ୍ୟେକ ବର୍ଷ ‘ବ୍ରୁମେସନ’ ସ୍ଥିତିରେ ରହିଥାଏ । ‘ବ୍ରୁମେସନ’ ସ୍ଥିତିର ଅର୍ଥ ଅନେକ ଦିନ ଧରି ଅନିଦ୍ରା ରହିବା ପରେ ଥରକରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇରହିବା । ତେଣୁ ଏକାଥରେ ଅଧିକ ସମୟ ଧରି ଏହି ବେଙ୍ଗ ନିଜ ନିଦ ପୂରା କରିଥାଏ । 

ଅଲପାଇନ୍ ସ୍ୱିପ୍ଟ: ଏହି ପକ୍ଷୀର ବୈଜ୍ଞାନିକ ନାଁ ଟେରିମାର୍ପଟିସ୍ ମେଲବା । ଏହି ପକ୍ଷୀମାନଙ୍କଠାରେ ଅବିଶ୍ୱସନୀୟ ଅଭ୍ୟାସ ରହିଛି । ସବୁଠୁ ଖାସ୍ କଥା ହେଲା ଏମାନେ ଲଗାତାର ୨୦୦ ଦିନ ଧରି ଉଡ଼ିପାରନ୍ତି । 

ନୀଳ ମାଛ: ଏହି ମାଛ ସ୍ନେପର କିମ୍ୱା ଟେଲର ନାଁରେ ମଧ୍ୟ ପରିଚିତ । ବ୍ଲୁଫିସ୍ ଏକ ପ୍ରକାର ପ୍ରଜାତି ଯାହା ମୌସୁମୀ ଜଳବାୟୁ ସହ ଆମେରିକା ଆଟଲାଣ୍ଟିକ୍ ତଟ ଦେଇ ସ୍ଥାନାନ୍ତର ହୋଇଥାଏ । ସ୍ଥାନାନ୍ତର ହେବା ସମୟରେ ଏହି ପ୍ରଜାତିର ମାଛ ଆଦୌ ଶୋଇନଥାନ୍ତି । 

ପ୍ରଜାପତି: ଯେତେ ସୁନ୍ଦର ପ୍ରଜାପତି ହେଉ ନା କାହିଁକି, କୌଣସି ପ୍ରଜାପତି କେବେ ହେଲେ ଶୋଇନଥାନ୍ତି । ସମସ୍ତ ପ୍ରଜାପତି ସୁସ୍ଥିର ସ୍ଥିତିକୁ ଚାଲିଯାଇଥାନ୍ତି, ଯାହା ନିଦରେ ଶୋଇବା ଭଳି ପ୍ରତୀୟମାନ ହୋଇଥାଏ । 

କିଲର୍ ହ୍ୱିଲ୍: ଓକ୍ରିନସ୍ ଓର୍କୋ, ଯାହା କିଲର୍ ହ୍ୱିଲ୍ ଭାବେ ପରିଚିତ । ନବଜନ୍ମିତ କିଲର୍ ହ୍ୱିଲ୍ ଫିସ୍ କିଛି ମାସ ଧରି ଶୋଇନଥାନ୍ତି । କ୍ରମଶଃ ବଡ଼ ହେବା ପରେ ଏମାନେ ଆରାମ କରିଥାନ୍ତି । 

ଜିରାଫ: ସେହିଭଳି ସୁନ୍ଦର ଜୀବମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଜିରାଫ । ଯିଏ ୨୪ ଘଣ୍ଟା ମଧ୍ୟରୁ ମାତ୍ର, ୫ ମିନିଟ୍ ଶୋଇଥାଏ । ଏହି ୫ ମିନିଟ୍‌ରେ ସେ ସାରା ଦିନର ନିଦ୍ରା ପୂରଣ କରିଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.