ମୁମ୍ବାଇ,୨୪/୦୯:ପ୍ୟାରିସ୍ ଫ୍ୟାଶନ ୱିକରେ ଡେବ୍ୟୁ କରିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ୨୩ ସେପ୍ଟେମ୍ବର ସୋମବାର ଦିନ ପ୍ୟାରିସ ଫ୍ୟାଶନ ୱିକରେ ଆଲିଆ ଭଟ୍ଟ ନିଜର ଡେବ୍ୟୁ କରିଥିବା ବେଳେ ରାମ୍ପରେ ଦମଦାର ଲୁକ ସହ ଲୋକଙ୍କ ମନ ଜିତିଛନ୍ତି ।ତେବେ ପ୍ୟାରିସ ଫ୍ୟାଶନ ୱିକରୁ ଆଲିଆ ଭଟ୍ଟଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପ୍ରତିବର୍ଷ ପ୍ୟାରିସ ଫ୍ୟାଶନ ୱିକର ଅଂଶ ରହି ଆସିଥିବା ବେଳେ ଚଳିତ ବର୍ଷ ଆଲିଆ ଭଟ୍ଟ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ ଏଥିରେ ଭାଗ ନେଇଛନ୍ତି । ତେବେ ନିକଟରେ ଆଲିଆଙ୍କୁ ଲୋରିଅଲ ପ୍ୟାରିସର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା । ତେବେ ଚଳିତ ବର୍ଷ ପ୍ୟାରିସ୍ ଫ୍ୟାଶନ ୱିକ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହେବାକୁ ସେ କିଛି ଦିନ ପୂର୍ବରୁ ପ୍ୟାରିସକୁ ଆସିଥିଲେ । ସେ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହ ପ୍ୟାରିସ ରାସ୍ତାରେ ଦେଖିବାକୁ ମିଳିଥିଲା ।
ଜଣେ ପ୍ରଶଂସକ ଉଭୟଙ୍କ ସହ ସେଲଫି କ୍ଲିକ୍ କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଆଲିଆଙ୍କ ରାମ୍ପ ଚାଲିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଭିନେତ୍ରୀ ବ୍ଲାକ ଏବଂ ସିଲଭର ମେଟାଲ ଡ୍ରେସରେ ଗର୍ଜିୟସ ଲୁକରେ ରାମ୍ପରେ ଚାର୍ ଚାନ୍ଦ୍ ଲଗାଇଛନ୍ତି । ଏଥିସହ ସେ ଫ୍ଲାଇଂ କିସ୍ ଏବଂ ନମସ୍ତେ କରି ଅଭିଭାଦନ ଜଣାଇ ସମସ୍ତଙ୍କ ମନ ଜିତିଛନ୍ତି ।ପ୍ରକାଶ ଥାଉକି, ଆଲିଆ 'ଜିଗ୍ରା' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ବେଦାଙ୍ଗ ରାଇନା ମଧ୍ୟ ଅଭିନୟ କରିଛନ୍ତି । ଭାସନ ବାଲାଙ୍କ ନିର୍ଦ୍ଦେଶିତ 'ଜିଗ୍ରା' ଅକ୍ଟୋବର ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫେବୃଆରୀ ୨୦୨୪ ରେ, ଆଲିଆ ଧର୍ମ ପ୍ରଡକ୍ସନ୍ସ ଫିଲ୍ମର ସୁଟିଂ ଶେଷ କରିବା ପରେ ସେଟରୁ ଫଟୋ ସେୟାର କରିଥିଲେ । ଏହି ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି,'ଜିଗ୍ରା... ବର୍ତ୍ତମାନ ଏହା ତୁମର ବେଦଙ୍ଗ ରାଇନା ଏବଂ ଏହା ହେଉଛି ଜିଗ୍ରାର ସୁଟିଂ ସମାପ୍ତ ହୋଇଛି ।