ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ମାଓବାଦୀଙ୍କୁ ଧମକ ଦେଇ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି,୨୭/୯: ସାଧାରଣତଃ ପୁଲିସ ଓ ସୂଚନାଦାତାଙ୍କୁ ଧମକ ଦେଇ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପୂର୍ବରୁ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଉଥିଲେ । ଏବେ ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲା ମାଓପ୍ରବଣ ଇଲାକାଗୁଡ଼ିକରେ ମାଓବାଦୀଙ୍କୁ ଧମକ ଦିଆଯାଇ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଛି । ମାଲକାନଗିରି ଜିଲ୍ଲାର ମାଥିଲି, କାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ ଏବଂ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରନ୍ତୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । 

ଏହି ପୋଷ୍ଟରରେ ଦୀର୍ଘ ବର୍ଷ ଧରି ବିଭିନ୍ନ ଅଞ୍ଚଳର ଆଦିବାସୀ ଭାଇ ଓ ଭଉଣୀମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପା ମାଆ ଘରଦ୍ୱାର ଛାଡ଼ି ବହୁ କଷ୍ଟ ସହି, ଅଣ ଆଦିବାସୀ ଓ ଅଣଓଡ଼ିଆ ନକ୍ସଲ ନେତାଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ବର୍ତ୍ତମାନ ବାହାର ରାଜ୍ୟର ଜଙ୍ଗଲ ପାହାଡ଼ରେ ଲୁଚି ଛପି ରହିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରେ ସୁରକ୍ଷା କର୍ମୀମାନଙ୍କ ସହିତ ମାଓ ସଂଗଠନର ମୁକାବିଲାରେ ବହୁ ସଂଖ୍ୟାରେ ମାଓବାଦୀ ସଂଗଠନରେ ଥିବା ଆଦିବାସୀମାନେ ନିଜ ଜୀବନ ହରାଇଛନ୍ତି । 

ତେଣୁ ଆମ ଅଞ୍ଚଳର ଆଦିବାସୀ ଭାଇ ଓ ଭଉଣୀ ମାନଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ବିନୀତ ଅନୁରୋଧ କରଛୁ ବୋଲି ସେମାନେ ଓଡ଼ିଶା ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ ଏବଂ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ନିଜ ଜନ୍ମ ମାଟିକୁ ଫେରି ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଆପଣେଇ ନିଅନ୍ତୁ ବୋଲି ପୋଷ୍ଟରରେ ଲେଖିଛନ୍ତି । ନିରୀହ ଆଦିବାସୀଙ୍କୁ ବଡ଼ ବଡ଼ କ୍ୟାର୍ଡର ମାଓନେତାମାନେ ଅସ୍ତ୍ର କରି ଫାଇଦା ଉଠାଉଥିବା ଓ ମହିଳା ମାଓବାଦୀଙ୍କୁ ନିର୍ଜାତନା ଦେବା ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଦରକାର ପଡ଼ିଲେ ସେମାନଙ୍କ ସହ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ପୋଷ୍ଟରରେ ଲେଖା ରହିଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.