ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିରେ ମିଶିଲେ ସାଂସଦ ଅନୁଭବ ମହାନ୍ତି, ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର, ୦୧/୦୪ : ପଦ୍ମ ଧରିଲେ ଅନୁଭବ ମହାନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଂସଦ ଅନୁଭବ ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ସିନେ ଷ୍ଟାର ଅନୁଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ପ୍ରଭାବିତ ହୋଇ ସେ ଦଳରେ ମିଶିଥିବା କହିଛନ୍ତି। 

୨୦୧୪ ରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ ଅନୁଭବ । ଏହାପରେ ୨୦୧୯ ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟ୍‌ରେ ଜିତି ଲୋକସଭା ଯାଇଥିଲେ । କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ହରାଇ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଲୋକସଭା ଅବଧି ଅଧାଅଧି ପରେ ଅନୁଭବ ହୋଇଗଲେ କୋଣଠେସା। ପାରିବାରିକ ବିବାଦ ଯୋଗୁଁ ଅଦାଲତି ଧାଁ ଦଉଡ ସାଙ୍ଗକୁ ପର୍ସନାଲ ଓ ପବ୍ଲିକ୍ ଲାଇଫ୍‌ରେ ବି ସେ ସମସ୍ୟାରେ ରହିଲେ। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ଦଳରେ ସେ ଏକପ୍ରକାର କୋଣଠେସା ହୋଇ ରହିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟ ବାଦ୍ ପଡିଥିଲେ ଅନୁଭବ । ନିକଟରେ ନବୀନ ନିବାସରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସମୀକ୍ଷା ବେଳେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ଯେ ଅନୁଭବଙ୍କୁ କେନ୍ଦ୍ରାପଡା ଟିକେଟ୍ ମିଳିବ ନାହିଁ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଯିଏ କିଛି ଦିନ ତଳେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । କେନ୍ଦ୍ରାପଡା ଆସନ ପାଇଁ ଅନୁଭବଙ୍କ ଟିକେଟ୍ କଟିଯିବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.