ନୂଆଦିଲ୍ଲୀ,୯।୧୧: ଆପଲର କୋ-ଫାଉଣ୍ଡର ଷ୍ଟିଭ୍ ୱୋଜନାଇକ୍ ଅସୁସ୍ଥ। ଷ୍ଟ୍ରୋକ୍ ଆସିବା ପରେ ତାଙ୍କୁ ତୁରନ୍ତ ମେକ୍ସିକୋ ସିଟିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ, ୭୩ ବର୍ଷର ଷ୍ଟିଭ୍ ୱୋଜନାଇକ୍ଙ୍କୁ ମେକ୍ସିକୋରେ ଓ୍ବାର୍ଲ୍ଡ ବିଜନେସ୍ ଫୋରମ୍ ଇଭେଣ୍ଟରେ ସାମିଲ ହେବାର ଥିଲା, ଯେଉଁଠି ବୁଧବାର ତାଙ୍କୁ ଷ୍ଟ୍ରୋକ୍ ଆସିଥିଲା।
ତେବେ ଏହି ମାମଲାରେ ଇଭେଣ୍ଟ ଅର୍ଗାନାଇଜେସନ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇ ନାହିଁ। ଉଲ୍ଲେଖନୀୟ ଯେ, ଷ୍ଟିଭ୍ ଜବ୍ଙ୍କ ସହିତ ଷ୍ଟିଭ୍ ୱୋଜନାଇକ୍ ୧୯୭୬ ରେ ଆପଲର ସ୍ଥାପନା କରିଥିଲେ। ଓ୍ବାର୍ଲ୍ଡ ବିଜନେସ୍ ଫୋରମ୍ରେ ମେକ୍ସିକୋର ସ୍ଥାନୀୟ ସମୟ ଅନୁସାରେ, ଅପରାହ୍ନ ୪ଟା ୨୦ ମିନଟ୍ରେ ଷ୍ଟିଭ୍ ନିଜର ଉଦବୋଧନ ଦେଇଥାନ୍ତେ।
ଆପଣଲର ସଫଳତାରେ ଷ୍ଟିଭଙ୍କ ବଡ ଯୋଗଦାନ ରହିଛି। ତାଙ୍କ ବିନା ଏହା ହୁଏତ ସମ୍ଭବ ହୋଇପାରିନଥାନ୍ତା। ଷ୍ଟିଭ୍ ୱୋଜନାଇକ୍ ନିଜର ଇନୋଭେଟିକ୍ ଡିଜାଇନ୍ ଓ ଫଙ୍କସନାଲ କଞ୍ଜୁମର୍ସ ଇଲୋକ୍ଟେ୍ରାନିକ୍ସ ପାଇଁ ଜଣାଯାଆନ୍ତ। ଆଇଫୋନ୍ର ଯଦି କଥା ହେବା ତେବେ Mac ର ଆପଲର ସବୁ ପ୍ରଡକ୍ଟରେ ୱୋଜନାଇକଙ୍କ ଟେକ୍ନିାକାଲ ପାଓ୍ବାର ଦେଖିବାକୁ ମିଳିଥାଏ। । ଷ୍ଟିଭ୍ ୱୋଜନାଇକ୍ଙ୍କ ଜନ୍ମ ୧୯୫୦ରେ କାର୍ଲିଫର୍ଣ୍ଣିଆର ସେନ୍ ଜୋସ୍ରେ ହୋଇଥିଲା। ଆରମ୍ଭରୁ ତାଙ୍କର ରୁଚି ଇଲେକ୍ଟ୍ରୋନିକ୍ସରେ ଥିଲା। ସେ ମାତ୍ର ୧୧ ବର୍ଷ ବୟସରେ ନିଜର ପ୍ରଥମ କମ୍ପ୍ୟୁଟର ତିବରି କରିଥିଲେ। ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ୟୁନିଭର୍ସିଯି ଅଫ୍ କାର୍ଲିଫର୍ଣ୍ଣିଆ, ବର୍କେଲରୁ କରିଥିଲେ। ୧୯୭୫ ରେ ୱୋଜନାଇକ ଓ ତାଙ୍କର ସାଙ୍ଗ ଷ୍ଟିଭ ଜବ୍ ଆପଲ କମ୍ପ୍ୟୁଟର ତିଆରି କରିଥିଲେ। ୱୋଜନାଇକ ଆପଲ ୧ ଓ ଆପଲ ୨ ଡିଜାଇନ୍ କରିଥିଲେ, ଯାହାକି କମ୍ପାନୀର ପ୍ରଥମ ସଫଳ ପର୍ସନାଲ କମ୍ପ୍ୟୁଟର ଥିଲା। ୧୯୮୭ ରେ ସେ ଆପଲରୁ ଅଲଗା ହୋଇ Wheels Of Zeus ସ୍ଥାପନା କରିଥିଲେ।