ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପଲ ବିରୋଧରେ ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ, ମାମଲା ରୁଜୁ କଲା ଜଷ୍ଟିସ୍ ଡିପାର୍ଟମେଣ୍ଟ

ଆମେରିକାର ଜଷ୍ଟିସ୍ ଡିପାର୍ଟମେଣ୍ଟ ଓ ବହୁ ସବୁ ରାଜ୍ୟ ଏକାଠି ମିଶି ଏକ ଆଣ୍ଟି ଟ୍ରଷ୍ଟ ଲସୁଣ୍ଟ ଫାଇଲ କରିଛନ୍ତି। ଏହି ଲସୁଣ୍ଟ ଆପଲ ବିରୋଧରେ ରହିଛି। କମ୍ପାନୀ ଉପରେ ବେଆଇନ ଭାବରେ ସ୍ମାର୍ଟଫୋନ୍‌ ମାର୍କେଟରେ ମନୋପଲି କ୍ରିଏଟ କରିବାର ଅଭିଯୋଗ ରହିଛି। ଗୁଗୁଲ, ଆପଲ ଓ ମେଟା ଭଳି କମ୍ପାନୀ ଉପରେ ଅଧିକାଂଶ ସମୟରେ ଆଣ୍ଟି ଟ୍ରଷ୍ଟ ମାମଲା ରୁଜୁ ହୋଇଥାଏ। 

ଏହି ସବୁ କମ୍ପାନୀ ଉପରେ ନିଜ ସେକ୍ଟରରେ ମନୋପଲି କ୍ରିଏଟ କରିବା ଓ ଅନ୍ୟ ଛୋଟ କମ୍ପାନୀକୁ ବନ୍ଦ କରିବାର ଅଭିଯୋଗ ରହିଥାଏ। ନିକଟରେ ବର୍ତ୍ତମାନ ମାମଲାରେ ଆପଲ ବିରୋଧରେ ଉଠାଯାଇଥିବା ଏହି ପଦକ୍ଷେପ ଖୁବ୍ ବଡ। ଆମେରିକା ସରକାରଙ୍କ ପକ୍ଷରୁ ବଡ ଟେକ୍ କମ୍ପାନୀ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।  

ଅଭିଯୋଗରେ ଆଟର୍ଣ୍ଣିଂ ଜେନେରାଲ ମେରିକ୍ ଗାର୍ଲାଣ୍ଡ କହିଛନ୍ତି, ଆପଲ ସ୍ମାର୍ଟଫୋନ୍ ମାର୍କେଟରେ ମନୋପଲି ପାଓ୍ବାରକୁ ବଜାୟ ରଖିଛି। ଏଥିପାଇଁ କମ୍ପାନୀ ନା କେବଳ ନିଜକୁ ଅନ୍ୟ ପ୍ରତିଦ୍ବନ୍ଦୀଙ୍କଠାରୁ ଆଗରେ ରଖିଛନ୍ତି, ବଂର ବହୁ ଫେଡରାଲ ଆଣ୍ଟିଟ୍ରଫ୍ଟ ନିୟମର ଉଲଂଘନ ମଧ୍ୟ କରିଛନ୍ତି। କଞ୍ଜୁମରଙ୍କୁ ଏଥିପାଇଁ ଅଧିକ ଟଙ୍କା ଦେବା ଉଚିତ ନୁହେଁ, କାରଣ କୌଣସି କମ୍ପାନୀ ଲଗାତାର ନିୟମର ଉଲଂଘନ କରୁଛି।’ 

ଆଣ୍ଟି ଟ୍ରଷ୍ଟର ଏହି ମାମଲା ନ୍ୟୁ ଜର୍ସିର ଡିଷ୍ଟ୍ରିକ୍ଟ କୋର୍ଟରେ ଫାଇଲ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଆପଲ ଉପରେ ଏଭଳି ଅଭିଯୋଗ ରହିଛି। ପ୍ରାୟ ଏକ ବର୍ଷ ପୂର୍ବେ ଆଲୋଚକମାନେ ଆପଲ ବିରୋଧରେ ଅଭିଯୋଗ କରିଥିଲେ ଯେ, କମ୍ପାନୀ ଆପ୍‌ ଷ୍ଟୋର ଟର୍ମରେ ପରିବର୍ତ୍ତନ କରି, ଅଧିକ ଫି’ ଓ ଅନ୍ୟ ଭାବରେ ପ୍ରତିଦ୍ବନ୍ଦିଙ୍କୁ କ୍ଷତି ପହଁଞ୍ଚାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.