ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯାତ୍ରୀଙ୍କୁ ମହାକାଶ ନେବ ସ୍ପେସ୍ ଏଲିଭେଟର୍, ଡିଜାଇନ୍ ପ୍ରସ୍ତୁତ କଲେ ସ୍ଥପତି

ନୂଆଦିଲ୍ଲୀ ୦୨/୦୨: ଇଂଲଣ୍ଡର କୁମ୍ବ୍ରିୟା ବାସିନ୍ଦା ଜଣେ ସ୍ଥପତି ନିଜର ଏକ ମହତ୍ୱାକାଂକ୍ଷୀ ଯୋଜନା ବିଷୟରେ ଖୁଲାସା କରିଛନ୍ତି । ଲୋକଙ୍କୁ ମହାକାଶକୁ ପଠାଇବା ଲାଗି ସେ ଏକ ସ୍ପେସ୍‌ ଏଲିଭେଟର୍‌ ଡିଜାଇନ୍‌ କରିଛନ୍ତି । ଏହାର ନାଁ ‘ଆସେନ୍‌ସିଓ’ । ଏଥିରେ ଜିଓସିଙ୍କ୍ରୋନସ୍‌ କକ୍ଷରେ ଫସିଥିବା ଏକ ଗ୍ରହାଣୁକୁ ବାନ୍ଧୁଥିବା ଲମ୍ବା ତାର ସଂଲଗ୍ନ, ଯାହା ସାହାଯ୍ୟରେ ପୃଥିବୀକୁ ଆସିହେବ । ସ୍ଥପତି ଜୋର୍ଡାନ ୱିଲିୟମ୍‌ ହ୍ୟୁଜେସ୍‌ ଏହି ଅଭିନବ ଡିଜାଇନ୍‌ ପାଇଁ ପ୍ୟାରିସ୍‌ଠାରେ ଜ୍ୟାକୁସ ରୋଗରି ଫାଉଣ୍ଡେସନ୍‌ଠାରୁ ଚଳିତ ମାସ ୯୦୯,୯୨୬ ଟଙ୍କା ପୁରସ୍କାର ଜିତିଛନ୍ତି ।

ହ୍ୟୁଜେସ୍‌ କହନ୍ତି, ତାଙ୍କ ବିଚାର ବର୍ତ୍ତମାନ ପାଇଁ କାଳ୍ପନିକ ହୋଇପାରେ । କିନ୍ତୁ ଭବିଷ୍ୟତରେ ସ୍ପେସ୍‌ ଏଲିଭେଟର୍‌ର ବହୁଳ ବ୍ୟବହାର ହେବ । ହ୍ୟୁଜେସ୍‌ କହିଛନ୍ତି, ରକେଟ୍‌ର ସ୍ଥାନ ନେବା ପାଇଁ ସେ ଏଲିଭେଟର୍‌ ଡିଜାଇନ୍‌ କରିଛନ୍ତି । ରକେଟ୍‌ଗୁଡ଼ିକ ଦକ୍ଷ ନୁହନ୍ତି, ମହଙ୍ଗା ଏବଂ ପରିବେଶ ପାଇଁ ମଧ୍ୟ ହାନିକାରକ । ମାନବ ମହାକାଶ ଯାତ୍ରାରେ ଏଲିଭେଟର୍‌ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ ଦାବି କରିଛନ୍ତି । ତାଙ୍କ ଏଲିଭେଟର୍‌ ଡିଜାଇନ୍‌ରେ ମହାକାଶରୁ ପୃଥିବୀ ଆଡ଼କୁ ଏକ ତାର ଭଳି ଢାଞ୍ଚାକୁ ପକାଇବାର ପ୍ରକ୍ରିୟା ସାମିଲ । ଡ୍ରୋନ୍‌ ଯାତ୍ରୀଙ୍କୁ ଉପରକୁ ଓ ତଳକୁ ନେବା ଆଣିବା କାମ କରିବ । ପ୍ରତ୍ୟେକ ଯାତ୍ରା ପାଇଁ ୬ଟି ତାର ରହିବ । ୩ଟିରେ ଯାତ୍ରୀଙ୍କ ସମେତ ଅମ୍ଳଜାନ ରହିବ । ଅନ୍ୟ ୩ଟି ତାରରେ ସାମଗ୍ରୀ ରହିବ । ଲୋକେ ପୃଥିବୀଠୁ ୩୬ ହଜାର କିମି ଉପରେ ଥିବା ମହାକାଶ କେନ୍ଦ୍ରରେ ପହଞ୍ଚିବା ପରେ ମହାକାଶର ଅନୁଭବ ବାଣ୍ଟିପାରିବେ ବୋଲି ହ୍ୟୁଜେସ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.