ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେତେବେଳେ ଏମିତି କିଛି ଦେଖିଲେ ଅରୁଣ ଯୋଗୀରାଜ...ତୁରନ୍ତ ପାଇଲେ ରାମଲଲାଙ୍କ ଚେହେରା ତିଆରି କରିବାର ଉପାୟ

ନୂଆଦିଲ୍ଲୀ : ଅଯୋଧ୍ୟାର ରାମ ମନ୍ଦିରର ରାମଲଲାଙ୍କ ମୂର୍ତ୍ତିକୁ ସ୍ଥପତି ଅରୁଣ ଯୋଗୀରାଜ ତିଆରି କରିଛନ୍ତି। ସେ ୬ଷ୍ଠ ପିଢିର ମୂର୍ତ୍ତିଶିଳ୍ପୀ। ସେ ଅନେକ ସାକ୍ଷାତକାରରେ ରାମଲଲାଙ୍କ ମୂର୍ତ୍ତୀ ତିଆରି କରିବା ବେଳର କଥା ସେୟାର କରିଛନ୍ତି। ଏବେ ସେ କହିଛନ୍ତି କି, ଯେବେ ସେ ମୂର୍ତ୍ତି ତିଆରି କରୁଥିଲେ, ସେତେବେଳେ ସେ ରାମଲଲାଙ୍କ ଚେହେରାଙ୍କୁ ନେଇ ସଂପୂର୍ଣ୍ଣ ରୂପେ ଶୂନ୍ୟ ଥିଲେ। ଯୋଗୀରାଜ କହିଛନ୍ତି, ପ୍ରଥମେ ଦୁଇ ମାସ ଯାଏ ମୁଁ ରାମଲଲାଙ୍କ ଚେହେରାକୁ ନେଇ ସଂପୂର୍ଣ୍ଣ ବ୍ଲାଙ୍କ୍‌ ଥିଲି। ଦୀପାବଳିର ଉତ୍ସବ ମୁଁ ଅଯୋଧ୍ୟାରେ ପାଳି ଥିଲି। ସେହି ସମୟରେ ଉତ୍ସବ ପାଳିବା ବେଳେ ମୋତେ କିଛି ଭାରତୀୟ ପିଲାଙ୍କ ସୁନ୍ଦର ଫଟୋ ନଜର ଆସିଥିଲା, ଯାହାକୁ ଦେଖି ମୋତେ ଭଗବାନ ରାମଲଲାଙ୍କ ଚେହେରା ତିଆରି କରିବାର ପ୍ରେରଣା ମିଳିଲା। ଯେମତି ହିଁ ମୋତେ ଏହି ଆଇଡିଆ ମିଳିଲା , ମୁଁ ଚେହେରା ତିଆରି କରିବାର କାମ ଆରମ୍ଭ କରି ଦେଲି।


ୱିଓନ ନ୍ୟୁଜ୍‌ ଚ୍ୟାନେଲ ସହ କଥା ହୋଇ ଅରୁଣ ଯୋଗୀରାଜ କହିଥିଲେ କି, ସେ କିଛି ସମୟ ପାଇଁ ନିରାଶ ହୋଇ ଯାଇଥିଲେ। ସେ କହିଥିଲେ, ପ୍ରଥମେ ତାଙ୍କୁ ଚୟନ ପ୍ରକ୍ରିୟାରୁ ବାହାର କରି ଦିଆ ଯାଇଥିଲା। ଶେଷ ଦିନ ଆଇଜିଏନସିଏର ଅଧ୍ୟକ୍ଷ ଡା.ସଚ୍ଚିଦାନନ୍ଦ ଯୋଶୀ ମୋତେ ଡାକି ଥିଲେ। ଦୁଇ ମାସ ହେବ ଚୟନ ପ୍ରକ୍ରିୟା ଜାରି ରହିଥିଲା। କିନ୍ତୁ ମୋତେ ଡ଼କା ଯାଉ ନଥିଲା ଏବଂ ଏଥିପାଇଁ ମୁଁ ବହୁତ ନିରାଶରେ ଥିଲି। ଅନେକ କାରିଗରମାନେ ଚୟନ ପ୍ରକ୍ରିୟା ସମୟରେ ଦୁଇ ଥର ମନ୍ଦିର ସହରର ଗସ୍ତ କରି ଥିଲେ ଏବଂ ମୁଁ କେବଳ ଏହି ଖବର ଶୁଣୁଥିଲି ଏବଂ କଲ୍‌ ଆସିବାକୁ ଅପେକ୍ଷା କରୁଥିଲି। ଶେଷ ଦିନ , ମୋତେ ଡା. ଯୋଶୀଙ୍କର ଫୋନ ଆସିଲା ଏବଂ ମୁଁ ସେହି ରାତିରେ ନୂଆ ଦିଲ୍ଲୀ ଗଲି ଏବଂ ସେହି ୩ ଜଣଙ୍କ ମଧ୍ୟରୁ ମୋର ଚୟନ ହୋଇଗଲା। 

ସାକ୍ଷାତକାରରେ ଅରୁଣ ଯୋଗୀରାଜ କହିଥିଲେ କି, ସିଲେକ୍ଟ ହେବା ପରେ ମୁଁ ଏକ ମୂର୍ତ୍ତି ତିଆରି କଲି ,ଯାହାକୁ ୩ ମାସ ପରେ ପଥର ସହ ସମସ୍ୟା ଥିବା କଥା କହି ଖାରଜ କରି ଦିଆ ଗଲା। ମୁଁ ସେଥିରୁ ୬୦-୭୦ ପ୍ରତିଶତ କାମ ପୂରା କରି ସାରିଥିଲି। ଏଥିରେ ମୁଁ ବହୁତ ଉଦାସ ଅନୁଭବ କରୁଥିଲି। କାରଣ ମୁଁ ଏହି ପଥରକୁ ନେଇ ପୂରା ଧ୍ୟାନର ସହ କାମ କରିଥିଲି ଏବଂ ତାହା ହଠାତ୍‌ ନାକଚ ହୋଇଗଲା। ହେଲେ ରାମ ମନ୍ଦିର ସହ ସଂପୃକ୍ତ ଲୋକେ ମୋର ମନୋବଳକୁ ଦୃଢ କରିବାକୁ ଚେଷ୍ଟାରେ ଲାଗି ପଡ଼ିଥିଲେ। 

ଅରୁଣ ଯୋଗୀରାଜ ଏହା ମଧ୍ୟ ଖୁଲାସା କରିଛନ୍ତି କି, ମୂର୍ତ୍ତି ତିଆରି କଲା ବେଳେ ସେ ଆହତ ମଧ୍ୟ ହୋଇଥିଲେ। ପଥରର ଏକ ଛୋଟ ଖଣ୍ଡ ତାଙ୍କ ଆଖିରେ ପଶି ଯାଇଥିଲା, ଏଥିରେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଏହାପରେ ଅଯୋଧ୍ୟାର ଏକ ହସ୍ପିଟାଲରେ ତାକୁ ଆଖିରୁ ବାହାର କରିଥିଲି , ଯେଉଁଥିରେ ଆଖି ଠିକ୍‌ ହୋଇ ଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.