ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରୁଣାଚଳ ପ୍ରଦେଶ- ସିକ୍ମିମରେ ଭୋଟ ଗଣତି ଆରମ୍ଭ ; ଅରୁଣାଚଳ ପ୍ରଦେଶରେ ୨୫ସିଟରେ ବିଜେପି ଚାଲିଛି ଆଗରେ, ସିକ୍କିମରେ ଏସକେଏମ୍ ଆଗରେ

ନୂଆଦିଲ୍ଲୀ, ୨/୬ :  ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଶେଷ ହୋଇଛି । ୭ମ ପର୍ଯ୍ୟାୟରେ ହୋଇଥିବା ଏହି ନିର୍ବାଚନ ଜୁନ ୧ରେ ଶେଷ ହୋଇଛି । ଆସନ୍ତା ଜୁନ୍ ୪ତାରିଖରେ ଏହାର ଫଳାଫଳ ସାମ୍ନାକୁ ଆସିବ । ଏହା ପୂର୍ବରୁ ଆଜି ଅରୁଣାଚଳ ପ୍ରଦେଶ- ସିକ୍ମିମରେ ଭୋଟ ଗଣତି ଆରମ୍ଭ ହୋଇଛି । 

ଅରୁଣାଚଳ ପ୍ରଦେଶରେ ବିଧାନସଭା ୨୦୨୪ର ଫଳାଫଳ ଲାଗି ଗଣନା ଆରମ୍ଭ ହୋଇଯାଇଛି।   ଟ୍ରେଣ୍ଡ୍ସ ଆସୁଛି କି ଭାରତୀୟ ଜନତା ପାର୍ଟି ବହୁମତ ଆଡ଼କୁ ଗତି କରୁଛି । ସୁବେର ୬୦ସିଟରୁ ୫୦ସିଟରେ ହେଉଥିବା ଭୋଟିଂର ଗଣତିରେ ବିଜେପି ପ୍ରାୟ ୨୫ସିଟରେ ଆଗରେ ଚାଲୁଛି । ଯାହାକି ଏନପିଇପି ୯ସିଟରେ, ପିପିଏ ୩ସିଟରେ , ଏନସିପି ଦୁଇ ସିଟରେ ଏବଂ ଅନ୍ୟ ଦୁଇ ସିଟରେ ବଢିବାରେ ଲାଗିଛି । ଟ୍ରେଣ୍ଡ୍ସରେ କଂଗ୍ରେସ ନିରାଶ ରହିଥିବା ଦେଖାଯାଉଛି । ସେ କେବଳ ଗୋଟିଏ ସିଟରେ ଆଗରେ ଅଛି । ସୁବେର ୧୦ସିଟରେ ବିଜେପି ବିନା କୌଣସି ଚିନ୍ତାରେ ବିଜୟ ହାସଲ କରି ସାରିଛି ।

ପ୍ରକାଶ ଯେ, ଅରୁଣାଚଳପ୍ରଦେଶର ୬୦ସିଟରେ ୧୯ଏପ୍ରିଲରେ ଭୋଟିଂର ପ୍ରକ୍ରିୟା ପୂରା ହୋଇଥିଲା। ପ୍ରଥମେ ଅରୁଣାଚଳପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ମତଗଣନା ୪ଜୁନରେ ହେବାରେ ଥିଲା କିନ୍ତୁ ପ‌ରେ ଏହାକୁ ସଂଶୋଧନ କରିଦିଆଯାଇଥିଲା କାରଣ ତାଙ୍କ ବିଧାନସଭାର କାର୍ଯ୍ୟକାଳ ୨ଜୁନରେ ଶେଷ ହେଉଛି । ନିର୍ବାଚନ ଆୟୋଗ କହିଥିଲେ କି ଭୋଟିଂର ଗଣନା ୨ଜୁନରେ ହେବ କାରଣ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ପୂରା ହେବା ପର୍ଯ୍ୟନ୍ତ ଫଳାଫଳ ଆସିଯିବ । ବିଜେପି ଅରୁଣାଚଳପ୍ରଦେଶ ବିଧାନସଭାର ସବୁ ୬୦ସିଟରେ ନିଜ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ କେବଳ ୩୪ସିଟରେ ନିର୍ବାଚନ ଲଢୁଥିଲା ।

ଅନ୍ୟପଟେ ସିକ୍କିମ‌ରେ ଭୋଟ ଗଣନା ଆରମ୍ଭ ହୋଇଯାଇଛି । ଆସୁଥିବା ଟ୍ରେଣ୍ଡ୍ସରେ ସରକାରରେ ଥିବା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ୍) ବହୁମତ ସଂଖ୍ୟା ପାର୍ କରି ନେଇଛି । ସିକ୍କିମ ବିଧାନସଭାର ପ୍ରାୟ ୩୨ସିଟରେ ଚାଲିଛି ଗଣନା । ଯାହାକି ବହୁମତ ସଂଖ୍ୟା ୧୭ଅଛି । ଟ୍ରେଣ୍ଡ୍ସରେ ଏସକେଏମ ୩୧ସିଟରେ ଆଗ‌ରେ ଚାଲୁଛି । ବିପକ୍ଷ ସିକ୍କିମ ଡେମୋକ୍ରେଟିକ ଫ୍ରଣ୍ଟ(ଏସଡିଏଫ) ଗୋଟିଏ ସିଟରେ ଆଗରେ ଚାଲୁଛି । ବିଜେପି ଏବଂ କଂଗ୍ରେସ ଏବେ ପର୍ଯ୍ୟନ୍ତ ଖାତା ଖୋଲି ପାରି ନାହାନ୍ତି । ପ୍ରକାଶ ଯେ, ଆଜି ସକାଳ ୬ଟାରୁ କଡ଼ା ସୁରକ୍ଷା ମଧ୍ୟରେ ୬ଜିଲ୍ଲାର ୬ଟି ସ୍ଥାନରେ ଭୋଟିର ଗଣତି ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.