ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି, ଅନ୍ତରୀଣ ଜାମିନ ଆବେଦନ ଖାରଜ…

Image source: ABP live

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିପାରିନାହିଁ । ବୁଧବାର, ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ଜୁନ୍ ୧ ରେ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ବୁଧବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ସ୍ୱତନ୍ତ୍ର ଜଜ୍ କାବେରୀ ବାବେଜା ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସୂଚନାଥାଉକି, ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯେଉଁଥିରେ ତାଙ୍କ ପକ୍ଷରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ଆବେଦନ କରିଥିଲେ । ଇଡି ପକ୍ଷରୁ ASG ଏସଭି. ରାଜୁ ଏହାକୁ ବିରୋଧ କରିଥିଲେ। ସେତେବେଳେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ମାଗିଥିଲେ ହେଲେ ପଞ୍ଜାବରେ ନିର୍ବାଚନ ପ୍ରଚାର କରୁଥିଲେ । 

ମାର୍ଚ୍ଚ ୨୧ରେ ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ଏପ୍ରିଲ ୧ ରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ପରେ ମେ ୧୦ ରେ ସୁପ୍ରିମକୋର୍ଟ ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଜାମିନ ପ୍ରଦାନ କରିଥିଲେ । ଜାମିନ ପ୍ରଦାନ ବେଳେ ତାଙ୍କୁ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଉପରେ ଜୁନ୍ ୧ତାରିଖ ଶୁଣାଣି ପରେ ଏହି ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା ।

ଆତ୍ମସମର୍ପଣ ତାରିଖ ପାଖେଇ ଆସିବା ପୂର୍ବରୁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ଏଥିରେ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ଏକ ସପ୍ତାହ ବୃଦ୍ଧି କରିବାକୁ କୋର୍ଟରେ ଆବେଦନ କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଦାଲତରେ ଦର୍ଶାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇବା ପରେ କେଜ୍ରିୱାଲ ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.