ନୂଆଦିଲ୍ଲୀ,୫/୭: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ତେବେ ସିବିଆଇ କେସର ଜାମନ୍ ପାଇଁ ଆପ୍ ସୁପ୍ରିମୋ ଦିଲ୍ଲୀ ହାଇକୋର୍ଟଙ୍କ ତହୋଇଥିଲେ ଦ୍ବାରସ୍ଥ । ଏହି ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଏଥିସହ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ଧାର୍ଯ୍ୟ କରିଛନ୍ତି ।
ଏନେଇ କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁ ସିଂଘବୀ କହିଛନ୍ତି ଯେ,ଏହା ଏପରି ଘଟଣା ନୁହେଁ ଯେଉଁଥିରେ ଟ୍ରିପଲ ଟେଷ୍ଟ ଅର୍ଥାତ୍ ତିନି ସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ଚାରି ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି। କେଉଁ ଆଧାରରେ ସେମାନଙ୍କୁ ସାଧାରଣ ଜାମିନ ମାମଲାରେ ଜେଲରେ ରଖାଯାଏ? ଏହି ମାମଲାରେ କେଜ୍ରିୱାଲଙ୍କୁ ୨ ବର୍ଷ ପରେ ଗିରଫ କରାଯାଇଛି। ୨୦୨୩ ମସିହାରେ କେଜ୍ରିୱାଲଙ୍କୁ 9 ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଯେତେବେଳେ କେଜ୍ରିୱାଲ PMLA ମାମଲାରେ ଜାମିନ ମିଳିଥିଲା। ହେଲେ ପୁଣିଥରେ ସିବିଆଇ ତାଙ୍କୁ ଗିରଫ କରିଛି । ସେ କୌଣସି ଅପରାଧୀ କି ଆତଙ୍କବାଦୀ ନୁହନ୍ତି ବୋଲି କହିଛନ୍ତି ସିଂଘବୀ ।
ସେପଟେ ସିବିଆଇ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନରକୁ ବିରୋଧ କରିଛି । ଯାଞ୍ଚ ଏଜେନ୍ସି କହିଛି ଯେ, ଅଭିଯୁକ୍ତ ପ୍ରଥମେ ଜାମିନ ପାଇଁ ଟ୍ରାଏଲ କୋର୍ଟ ଯିବା ଆବଶ୍ୟକ । ଅନ୍ୟପଟେ ଜାମିନ ପାଇଁ ପ୍ରଥମେ ଟ୍ରାଏଲ କୋର୍ଟ ନ ଯାଇ ସିଧା ହାଇକୋର୍ଟ ଆସିବାର କାରଣ କଣ ବୋଲି କୋର୍ଟ ତାଙ୍କ ଓକିଲ ଅଭିଷେକ ମନୁଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସେ କହିଛନ୍ତି ଯେ, 'ମାଇ ଲର୍ଡ, ଏଭଳି ହୋଇପାରେ। ସୁପ୍ରିମକୋର୍ଟ ପୂର୍ବ ଶୁଣାଣିରେ ବି ଏଭଳି କରିଥିଲେ । ପରେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ବିତର୍କ ସମୟରେ କେଜ୍ରିୱାଲଙ୍କ ସିଧାସଳଖ ହାଇକୋର୍ଟ ଯିବା ବିଷୟରେ ଯୁକ୍ତି ବିଚାର କରାଯାଇଥିଲା।