ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିଓ୍ବାଲଙ୍କୁ ଜେଲରେ ମାରିବାକୁ ହେଉଛି ଷଡଯନ୍ତ୍ର, ପିଏମ୍ ମୋଦି ଓ ଏଲ୍‌ଜି ସାମିଲ ଅଛନ୍ତି: ଆପ୍ ନେତ୍ରୀ ଆତିଶିଙ୍କ ଅଭିଯୋଗ

ନୂଆଦିଲ୍ଲୀ,୧୯।୪: ତିହାର ଜେଲ୍ ପ୍ରଶାସନ ବିରୋଧରେ ଆମ ଆଦମୀ ପାର୍ଟି ପକ୍ଷରୁ ଗମ୍ଭୀର ଅଭିଯୋଗ। ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶି ଆପ୍‌ ସଂଯୋଜନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରିଛନ୍ତି। ଆତିଶି କହିଛନ୍ତି ସ୍ବାଧୀନ ଭାରତର ଇତିହାସରେ ଏଭଳି ପ୍ରଥମ ଥର ହୋଇଛି, ଯେତେବେଳେ ଜେଲ୍‌ରେ ଥିବା କୌଣସି ବ୍ୟକ୍ତିଙ୍କୁ ଔଷଧ ନେବାକୁ ମନା କରାଯାଉଛି।

ଆତିଶି ପ୍ରଶ୍ନ ଉଠାଇଛନ୍ତି, କେଉଁ ଆଇନ ଅନୁସାରେ ତିହାର ଜେଲ୍ ପ୍ରଶାସନ ଇଡିକୁ କେଜ୍ରିଓ୍ବାଲଙ୍କ ସବୁ ସୂଚନା ଦେଉଛି। ଆତିଶି କହିଛନ୍ତି, ଯଦି ତିହାର ଜେଲ୍ ପ୍ରଶାସନ କେଜ୍ରିଓ୍ବାଲଙ୍କ ବିଷୟରେ କୌଣସି ସୂଚନା ଦେବାକୁ ଚାହେଁ, ତେବେ କୋର୍ଟଙ୍କୁ ଦେଇପାରେ। ସେ କେଜ୍ରିଓ୍ବାଲ ଔଷଧ ବନ୍ଦ କରିବାକୁ ମଧ୍ୟ ଷଡଯନ୍ତ୍ର ବୋଲି କହିଛନ୍ତି। ଆତିଶି କହିଛନ୍ତି, ଏହି ଷଡଯନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଇଡିକୁ ସାମିଲ କରିଛନ୍ତି। ଦିଲ୍ଲୀର ଏଲଜି ବିନୟ ସକସେନା ଓ ତାଙ୍କ ମାଧ୍ୟମରେ ତିହାର ଜେଲ୍‌ ପ୍ରଶାସନକୁ ମଧ୍ୟ ସାମିଲ କରି ରଖାଯାଇଛି।

ଆତିଶି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ପଚାରିଛନ୍ତି, ଯେତେବେଳେ କେଜ୍ରିଓ୍ବାଲ ଇନସୁଲିନ୍ ପାଇଁ ଆବେଦନ ଦାଖଲ କଲେ, କ’ଣ ପାଇଁ କେନ୍ଦ୍ର ସରକାର, ଇଡି ଓ ତିହାର ପ୍ରଶାସନ ଏହାର ବିରୋଧ କରିଥିଲେ ? କେଜ୍ରିଓ୍ବାଲଙ୍କ ଆବେଦନ ବିରୋଧରେ ଯୋଗେନ୍ଦ୍ର ହାଡୁ ଓ ବାନୀ ଦୀକ୍ଷିତ ନାମକ ଦୁଇ ଓକିଲ ସାମନାକୁ ଆସିଛନ୍ତି। ଏହି ଦୁଇ ଓକିଲ ଜେଲ୍ ପ୍ରଶାସନ ପକ୍ଷରୁ କୋର୍ଟରେ ହାଜର ହୋଇଥିଲେ। ଏହି ଦୁଇ ଓକିଲ ଏଲଜି କାର୍ଯ୍ୟାଳୟର ସ୍ପେଶାଲ କାଉନସିଲର ଅଛନ୍ତି। ଜଣେ ଅସୁସ୍ଥ ଲୋକର ଖାଦ୍ୟପେୟ ଓ ଔଷଧକୁ ନେଇ ନିମ୍ନସ୍ତରର ରାଜନୀତି ହେଉଛି। ମୋତେ ଏହା ଦେଖି ବିଶ୍ବାସ ହେଉନି କେହି ଭୋଟ ପାଇଁ କିଭଳି ଏତେ ତଳକୁ ଖସିପାରେ। ସେମାନେ ଯେତେ ତଳକୁ ଖସିବେ, ଯେତେ ଆକ୍ରମଣ କରିବେ ଦିଲ୍ଲୀ ଲୋକ ଆପ୍‌ ଓ କେଜ୍ରିଓ୍ବାଲଙ୍କୁ ସେତେ ଭୋଟରେ ଜିତାଇବେ ବୋଲି ଆତିଶି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.