ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ED ହେପାଜତରେ ପ୍ରଥମ ଆଦେଶ ଜାରି କଲେ କେଜ୍ରିୱାଲ୍, ଜଳ ବିଭାଗକୁ ନେଇ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪/୦୩: ମଦ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସେଇଠୁ ସରକାର ଚଳାଇଛନ୍ତି । ଇଡି ହେପାଜତରେ ଥିବା ଅରବିନ୍ଦ କେଜ୍ରିୱାଲ୍ ପ୍ରଥମ ଆଦେଶ ଜାରି କରିଛନ୍ତି । ଏକ ନୋଟରେ ଜଳ ବିଭାଗ ଲାଗି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ୍ ।

ଆମ୍ ଆଦମୀ ପାର୍ଟିର ସୂତ୍ର ଅନୁସାରେ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଚ୍ଚ ୨୩ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନେଇଥିବା ନିଷ୍ପତ୍ତି ବାବଦରେ ସମସ୍ତ ସୂଚନା ଦେବେ । ତେବେ ଗିରଫଦାରୀର ୩ ଦିନ ପରେ କେଜ୍ରିୱାଲ୍ ପ୍ରଥମ ଆଦେଶ ଦେଇଛନ୍ତି ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆପ୍ ନେତା ଓ କର୍ମୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛନ୍ତି । ଶନିବାର ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନର ତତ୍କାଳ ଶୁଣାଣି ପାଇଁ ମନା କରିଥିଲେ । ମାର୍ଚ୍ଚ ୨୭ରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆବେଦନର ଗିରଫଦାରୀ ସହ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଭୁଲ୍ ଦର୍ଶାଇଛନ୍ତି କେଜ୍ରିୱାଲ୍ । ଏଥିସହ ସେ ଜାମିନ୍ ପାଇଁ ହକଦାର୍ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ।

ମାର୍ଚ୍ଚ ୨୧ରେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫର ପର ଦିନ କେଜ୍ରିୱାଲଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲେ । କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ପଠାଇଛନ୍ତି । ଗିରଫକୁ ନେଇ ଆପ୍ ଓ କେଜ୍ରିୱାଲଙ୍କ ସମର୍ଥକ ପ୍ରତିବାଦ କରୁଥିବା ବେଳେ ଜେଲରୁ କେଜ୍ରିୱାଲ୍ ସରକାର ଚଳାଇବେ ବୋଲି ଦଳର ନେତା କହିଛନ୍ତି ।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.