ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ମୁଁ ତା’ପରଦିନ ଜେଲ୍‌ରୁ ବାହାରି ଆସିବି: କେଜ୍ରିଓ୍ବାଲ

Imge Courtesy: indiatvnews

 ନୂଆଦିଲ୍ଳୀ: ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ସେ ଆଉ ଜେଲ୍‌ ଯିବେ ନାହିଁ ବୋଲି ଜାତୀୟ ରାଜଧାନୀ ଦିଲ୍ଲୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦଳୀୟ କାଉନସିଲରଙ୍କୁ ସମ୍ବୋଧିତ କରିବା ଅବସରରେ କେଜ୍ରିଓ୍ବାଲ କହିଛନ୍ତି ଯେ, ସୁପ୍ରିମକୋର୍ଟରୁ ବେଲ୍‌ ମିଳିବା କୌଣସି ଚମତ୍କାରିତାଠୁ କମ୍‌ ନୁହେଁ । ଭଗବାନଙ୍କ ଦୟାରୁ ତାଙ୍କୁ ୨୦ ଦିନର ଅନ୍ତରୀଣ ଜାମିନ ମିଳିଛି ବୋଲି କହିଛନ୍ତି କେଜ୍ରିଓ୍ବାଲ ।  

ସେ ଆହୁରି କହିଛନ୍ତି ଯେ, ‘ଆପ ନେତାଙ୍କୁ ଲୋକେ ଭଲ ପାଉଛନ୍ତି କିନ୍ତୁ ବିଜେପି ଭୟ କରୁଛି । ଜୁନ୍‌ ୨ରେ ମୋତେ ଜେଲ ଯିବାକୁ ପଡ଼ିବ । ଜୁନ୍‌ ୪ରେ ଆସିବାକୁ ଥିବା ନିର୍ବାଚନ ଫଳାଫଳ ମୁଁ ଜେଲ୍‌ରେ ରହି ଦେଖିବି । ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ମୁଁ ଜୁନ୍‌ ୫ରେ ଜେଲ୍‌ରୁ ବାହାରିବି । ଜେଲ୍‌ ଯିବା ପରେ ଆପଣମାନଙ୍କ କାର୍ଯ୍ୟ କରିବାର ଉତ୍ସାହ ମୋତେ ସାହସ ଦେଇଛି । ସେମାନେ ଆମକୁ ଭାଙ୍ଗିବାକୁ ବହୁତ ଚେଷ୍ଟା କରିଛନ୍ତି କିନ୍ତୁ ଆନପଣମାନେ କେଉଁଆଡ଼େ ଯାଇନାହାନ୍ତି । ସେମାନେ ଜେଲ୍‌ରେ ମୋତେ ୧୫ ଦିନ ଯାଏଁ ଇନସୁଲିନ୍‌ ଦେଲେ ନାହିଁ । ସେମାନେ ମୋତେ ବାରମ୍ବାର ଅପମାନ ଦେବାକୁ ଚେଷ୍ଟା କରିଛନ୍ତି ।’ 

କେଜ୍ରିଓ୍ବାଲ କହିଛନ୍ତି ଯେ , ତାଙ୍କ ସେଲ୍‌ରେ ଦୁଇଟି ସିସିଟିଭି ଲାଗିଥିଲା । ୧୩ ଜଣ ଅଧିକାରୀ ଏହାକୁ ମନିଟରିଂ କରୁଥିଲେ । ସିସିଟିଭି ଫୁଟେଜ୍‌କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଉଥିଲା । ମୋଦୀ ମୋ ଉପରେ ନଜର ରଖିଥିଲେ । ମୋ ଉପରେ ମୋଦୀଙ୍କ ଏତେ ରାଗ କାହିଁକି ମୁଁ ଜାଣିନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲ ଜୁନ୍‌ ୧ ଯାଏଁ ଅନ୍ତରୀଣ ଜାମିନ ପାଇଛନ୍ତି । ଲୋକସଭା ନିର୍ବାଚନରେ ପ୍ରଚାର ଲାଗି ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜୁନ୍‌ ୨ରେ ତାଙ୍କୁ ପୁଣି ତିହାର ଜେଲ୍‌ ଫେରିକାବୁ ପଡ଼ିବ । ଜୁନ୍‌ ୧ରେ ଲୋକସଭା ନିର୍ବାଚନ ଶେଷ ହେବାକୁ ଥିବା ବେଳେ ଜୁନ୍‌ ୪ରେ ଫଳାଫଳ ଘୋଷଣା ହେବ ।  

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.