ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଇଣ୍ଡି ମେଣ୍ଟକୁ ଝଟ୍‌କା ! ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ଆପ୍

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ପ୍ରାର୍ଥୀ ଦେବାକୁ ଯାଉଛି । ମୁମ୍ବାଇର ସମସ୍ତ ୩୬ ଆସନରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦଳ ଆପ୍‌ ଏକାକୀ ପ୍ରାର୍ଥୀ ଦେବ ବୋଲି ସୋମବାର ପ୍ରୀତି ଶର୍ମା ମେନନ ସୂଚନା ଦେଇଛନ୍ତି । ଆପ୍‌ ନେତ୍ରୀ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ସର୍ବାଭାରତୀୟ ସସ୍ତରରେ ଆପ୍‌ ଇଣ୍ଡି ମେଣ୍ଟର ସହଯୋଗୀ । ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ିକୁ ସମର୍ଥନ ନେଦେଇ ଦଳ ଏକାକୀ ମୁମ୍ବାଇର ୩୬ ଆସନରେ ପାର୍ଥୀ ଦେବ । ସେପଟେ ଅନ୍ୟ ଆସନଗୁଡ଼ିକରେ ନିଜ ସହଯୋଗୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବାକୁ ନେଇ ବିଚାର କରାଯାଉଛି ବୋଲି ସେ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପ୍‌ ଏକ ଜାତୀୟ ଦଳ । ଦିଲ୍ଲୀ ଏବଂ ପଞ୍ଜାବରେ ଦଳ ଶାସନରେ ରହିଛି । ସେହିଭଳି ଗୋଆ ଏବଂ ଗୁଜରାଟରେ ଦଳର ବିଧାୟକ ଏବଂ ସାଂସଦ ଅଛନ୍ତି । ୧୦ ବର୍ଷ ମଧ୍ୟରେ ଦିଲ୍ଲୀର ମଡେଲ୍‌ ବେଶ ଲୋକପ୍ରିୟତା ପାଇଛି । ଏଥିରେ ଭଲ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଏବଂ ବିଜୁଳୀ ଲୋକମାନଙ୍କୁ ମାଗଣା ମିଳୁଛି । ଆମ ଆଦମୀ ପାର୍ଟିର ଦୁର୍ନୀତି ମୁକ୍ତ ଏବଂ ଋଣ ମୁକ୍ତ ରଣନୀତି ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରୀତି ଶର୍ମା ମେନନ କହିଛନ୍ତି । ସେପଟେ ମହାରାଷ୍ଟ୍ରର ବିଜେପି-ସିନ୍ଦେ ସେନା ସରକାରଙ୍କ ଉପରେ ସେ ବର୍ଷିଛନ୍ତି । 

ସେ କହିଛନ୍ତି, ବଜେପି-ସିନ୍ଦେ ସେନା ନେତୃତ୍ବାଧୀନ ସରକାର ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁନାହିଁ । ସେମାନେ ପାଓ୍ବାରକୁ ଫେରିପାରିବେ ନାହିଁ ଜାଣିବା ପରେ ଦୁର୍ନୀତିରେ ମାତିଛନ୍ତି । ବିଜେପି ମହାରାଷ୍ଟ୍ର ଏବଂ ମୁମ୍ବାଇ ବିରୋଧୀ ପାର୍ଟି ବୋଲି ପ୍ରୀତି ଶର୍ମା ଅଭିଯୋଗ କରିଛନ୍ତି । ସିନ୍ଦେ ସରକାର କେବଳ ଯେ ଦୁର୍ନୀତି କରୁଛି ତାନୁହେଁ ରାଜ୍ୟରେ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ କମ୍‌ କରିବା ଦିଗରେ ଫେଲ ମାରିଛି । ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ସେନା ସରକାର । 

ସେହିଭଳି ଶିଳ୍ପ କ୍ଷେତ୍ରରେ ବହୁ ଆଗରେ ଥିବା ମହାରାଷ୍ଟ୍ର ଏବେ ବହୁତ ପଛରେ ପଡ଼ିଛି ବୋଲି ସେ ଦାବି କରିଛନ୍ତି ।   ଏହା ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଚାହୁଁନାହାନ୍ତି ମହାରାଷ୍ଟ୍ର ଗୁଜୁରାଟକୁ ଟପିଯାଉ ବୋଲି ମଧ୍ୟ ପ୍ରୀତି ଶର୍ମା ମେନନ୍‌ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରର ଲୋକମାନେ ଅଧିକ ଭଲ ପାଇବାକୁ ଯୋଗ୍ୟ । ଏଥିପାଇଁ ଆମ ଆଦବୀ ପାର୍ଟି ଏକ ବିକଳ୍ପ ନୁହେଁ ବରଂ ଏକ ସମାଧାନ ବୋଲି ଆପ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ରୁବେନ ମାସକାରେନହସ୍‌ କହିଛନ୍ତି । 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.