ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସକାଳ ୮ଟା ୩୦ ସୁଦ୍ଧା ସାରା ରାଜ୍ୟରେ ରେକର୍ଡ ତାପମାତ୍ରା, ରାଜଧାନୀରେ ୩୩.୮° ରେକର୍ଡ

ଭୁବନେଶ୍ୱର, ୨୯।୪: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ତତଲା ପବନ ସହ ଶୁଷ୍କ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତ କିଛି ଦିନ ଧରି କ୍ରମାଗତ ଭାବେ ପାରଦ ଉପରମୁହାଁ ହେବାରେ ଲାଗିଛି । ତାତି ୪୪ ଡିଗ୍ରୀ ଡେଇଁଲାଣି । ଗତ କିଛି ଦିନ ଧରି ୪୦ ଡିଗ୍ରୀ ଉପରେ ରହୁଥିବା ଭୁବନେଶ୍ୱର ଶନିବାର ସମସ୍ତ ରେକର୍ଡ ଭାଙ୍ଗିଥିଲା । ୪୪.୬ ଡିଗ୍ରୀ ଛୁଇଁଥିଲା ପାରଦ । ତେବେ ରବିବାର ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ଥିଲା । ସୋମବାର ସକାଳ ୮.୩୦ ସୁଦ୍ଧା ରାଜଧାନୀରେ ୩୩.୮° ତାପମାତ୍ରା ରେକର୍ଡ ହୋଇଛି । 

ସେହିଭଳି ବାରିପଦା ଓ ବାଲେଶ୍ୱରରେ ୩୬°, ମାଲକାନଗିରି ଓ କେନ୍ଦୁଝରରେ ୩୫°, ଭବାନୀପାଟଣାରେ ୩୪.୪°, ଭୁବନେଶ୍ୱରରେ ୩୩.୮°, ଜଗତସିଂହପୁରରେ ୩୩.୪°,  ଅନୁଗୁଳରେ ୩୩°, ବୌଦ୍ଧରେ ୩୩°, ଟିଟଲାଗଡ଼ରେ ୩୩° ଓ କଟକରେ ୩୨.୬° ତାପମାତ୍ରା ରେକର୍ଡ କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.