ନୂଆଦିଲ୍ଲୀ, ୧୬/୯ : ରବିବାର ଖେଳାଯିବ ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଟିମ୍ ଇଣ୍ଡିଆର ସାମ୍ନା ଶ୍ରୀଲଙ୍କା ଟିମ୍ ସହ ହେବ । କୋଲୋମ୍ବୋ ଆର. ପ୍ରେମଦାଶା ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମ୍ୟାଚର ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଥିବାବେଳେ ଦାସୁନ ଶାନକା ଶ୍ରୀଲଙ୍କାର କମାଣ୍ଡ ସମ୍ଭାଳିବେ ।
ଶ୍ରୀଲଙ୍କା ଏବଂ ଭାରତୀୟ ଟିମର ଏକ ବିଶେଷତ୍ବ ହେଲା କି ଉଭୟ ଦଳ ଶେଷ ବଲ୍ ପର୍ଯ୍ୟନ୍ତ ବି ହାର୍ ମାନି ନଥାନ୍ତି । ଏଣୁ ଫାଇନାଲ ମ୍ୟାଚ୍ ବରାବର ଟକ୍କର ହେବ ବୋଲି ଉଭୟ ଦଳର ଫ୍ୟାନ୍ସମାନେ ଆଶା ରଖିଛନ୍ତି । ଯଦି ଆମେ ଟ୍ରାକକୁ ଦେଖିବା ତେବେ ଉଭୟ ଟିମଙ୍କ ମଧ୍ୟରେ ଦିନିକିଆ ଫର୍ମାଟରେ ୨୦ଟି ମ୍ୟାଚ୍ ଖେଳାଯାଇଥିବାବେଳେ ସେଥିରୁ ୧୦ଟି ଟିମ୍ ଇଣ୍ଡିଆ ଜିତିଥିବାବେଳେ ଶ୍ରୀଲଙ୍କା ମଧ୍ୟ ୧୦ଟି ମ୍ୟାଚ୍ ଜିତିଛି । ଏତିକି ଜରୁରୀ ଅଟେ କି ଟିମ୍ ଇଣ୍ଡିଆ ୭ଥର ଏସିଆ କପ୍ ଜିତିଛି ଏବଂ ସେଥିରୁ ୫ଥର ଶ୍ରୀଲଙ୍କା ଜୋରଦାର ଟକ୍କର ଦେଇଛି । ଯାହାକି ୩ଥର ଫାଇନାଲରେ ଶ୍ରୀଲଙ୍କା ଭାରତକୁ ହରାଇଛି ।
ଭାରତୀୟ ଟିମ୍ ଲାଗି ଏହା ଏକ ପ୍ରକାର ଭଲ ଖବର କି ବ୍ୟାଟର ଶୁଭମନ ଗିଲଙ୍କ ଫର୍ମ ଭଲ ରହିଛି । ଗିଲ ବାଂଲାଦେଶ ବିପକ୍ଷ ମୁକାବିଲାରେ ଶାନଦାର ଶତକ ଲଗାଇଥିଲେ । ବିରାଟ କୋହଲି ଏବଂ କେଏଲ ରାହୁଲ ବି ପାକିସ୍ତାନ ବିପକ୍ଷରେ ଶତକ ଲଗାଇ ଡ୍ରେସିଂ ରୁମ୍ର ଉତ୍ସାହ ମଧ୍ୟ ବଢାଇଥିଲେ । ଯାହାକି ରବିନ୍ଦ୍ର ଜାଡେଜାଙ୍କ ଭଳି ଅଲରାଉଣ୍ଡରଙ୍କ ଭରସାରେ ନ ଓହ୍ଲାଇବା ଏବେ ଚିନ୍ତାରେ ବିଷୟ ପାଲଟିଛି । ଜାଡେଜା ବୋଲିଂରେ ଭଲ ପ୍ରଦର୍ଶନ ଦେଖାଇଛନ୍ତି କିନ୍ତୁ ସେଠାରେ ବ୍ୟାଟରୁ କୌଣସି ଯୋଗଦାନ ନାହିଁ ।
ଚିନ୍ତାର ଏକ ସବୁଠୁ ବଡ଼ କାରଣ ଏହି କି ଯେ ଭାରତୀୟ ଟିମର ଖରାପ ଫିଲ୍ଡିଂ ରହିଛି । ଯାହାକି ଟିମ୍ ଇଣ୍ଡିଆର ମିଶନ ଓ୍ବାଲ୍ଡକପ୍କୁ ଧକ୍କା ପହଞ୍ଚାଇବ । ପୂର୍ବ ମ୍ୟାଚ ସମୟରେ ଯଦି ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଏବଂ କେଏଲ ରାହୁଲ କ୍ୟାଚ ଧରିଥାନ୍ତେ ତ ବାଂଲାଦେଶର ଖେଳ ପୂର୍ବରୁ ଶେଷ ହୋଇଯାଇଥାନ୍ତା । ନେପାଳ ବିପକ୍ଷରେ ଗ୍ରୁପ ମ୍ୟାଚରେ ବି ଭାରତୀୟ ଖେଳାଳୀଙ୍କ ବହୁତ କ୍ୟାଚ୍ ମିଶ୍ ହୋଇଥିଲା । ଦେଖିବାକୁ ଗଲେ ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଏତେ ବି ସହଜ ହେବ ନାହିଁ । ଶ୍ରୀଲଙ୍କା ଟିମ୍ର ବଡ଼ ଶକ୍ତି ହେଉଛି ତାହାର ସ୍ପିନ୍ ବୋଲିଂ । ଏହାସହ ଶ୍ରୀଲଙ୍କା ନିକଟରେ ଶେଷ ବଲ୍ ପର୍ଯ୍ୟନ୍ତ ଲଢିବାକୁ ମଧ୍ୟ ଭଲ ବ୍ୟାଟର ଅଛନ୍ତି । ଏଥିଲାଗି ଏହି ଟିମ୍ ବିପକ୍ଷରେ ଫାଇନାଲରେ କୌଣସି ଏକ ଭୁଲ କରିବା ନିଶ୍ଚିତ ଭାବେ ମହଙ୍ଗା ହୋଇଯିବ ।
ଭାରତୀୟ ଟିମ୍ : ରୋହାତି ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟର ଆୟର, କେଏଲ୍ ରାହୁଲ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶନ, ହାର୍ଦିକ ପାଣ୍ଡ୍ୟା( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, ଜଶପ୍ରିତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ଓ୍ବାଶିଂଟନ ସୁନ୍ଦର ।
ଶ୍ରୀଲଙ୍କା ଟିମ୍ : ଦାସୁନ ଶନାକା(ଅଧିନାୟକ), ପାଥୁମ ନିଶଂକା, ଦିମୁଥ କରୁଣାରତ୍ନେ, କୁସଲ ପରେରା, କୁସଲ ମେଣ୍ଡିସ(ଉପ-ଅଧିନାୟକ), ଚରିଥ ଅଶଲଂକା, ଧନଞ୍ଜୟ ଡିସିଲ୍ବା, ସଦିରା ସମରବିକ୍ରମା, ଦୁନିଥ ବେଲାଲଗେ, ମଥିଶା ପଥିରାନା, କାସୁନ ରଜିତା, ଦୁଶାନ ହେମଥା, ବିନୁରା ଫର୍ଣ୍ଣାଂଡୋ, ପ୍ରମୋଦ ମଦୁଶନ ।