ବେଙ୍ଗାଲୁରୁ,୦୪/୦୯: ଆହତ ସମସ୍ୟା ଦେଇ ଗତି କରୁଥିବା ୱିକେଟ୍ କିପର ବ୍ୟାଟର ଲୋକେଶ ରାହୁଲ ଚଳିତ ଏସିଆ କପ୍ର ପ୍ରଥମ ୨ଟି ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ । ଫଳରେ ସେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାତ୍ରା କରି ନଥିଲେ । ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସୋମବାର ଫିଟ୍ନେସ୍ ପରୀକ୍ଷା ହେବ । ଫିଟ୍ ଘୋଷିତ ହେଲେ ସେ ଶ୍ରୀଲଙ୍କା ଯାତ୍ରା କରିବେ ଏବଂ ଦଳ ସହ ଯୋଗଦେବେ ।
ମିଳିଥିବା ସୂଚନା ମୁତାବକ, ରାହୁଲ ଫିଟ୍ ଅଛନ୍ତି ଏବଂ ବିସିସିଆଇ ଡାକ୍ତରୀ ଦଳ ଆସନ୍ତାକାଲି ତାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅନୁମତି ପ୍ରଦାନ କରିବେ ।’ ଆସନ୍ତା ୫ ତାରିଖରେ ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ରାହୁଲଙ୍କ ଫିଟନେସ୍ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ସେ ଫିଟ୍ ଘୋଷିତ ହୁଅନ୍ତି, ତା’ହେଲେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ନିଶ୍ଚିତ ବୋଲି କହିଲେ ଭୁଲ୍ ହେବନି ।