ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି : ଆଜି ଭାରତ-ମାଲେସିଆ ଲଢ଼େଇ

ନୂଆଦିଲ୍ଲୀ, ୧୧/୦୯ : ଚୀନର ହୁଲନବୁଇର ଠାରେ ଚାଲିଥିବା ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଓ ମାଲେସିଆ ସାମ୍ନାସାମ୍ନି ହେବେ । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ଥିବା ଭାରତ ଆଧିପତ୍ୟ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟପଟରେ ମାଲେସିଆ ପ୍ରଥମ ବିଜୟ ପାଇଁ ବ୍ୟାକୁଳ ରହିଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହେବା ଆଶା କରାଯାଉଛି । ଭାରତ ପ୍ରଥମ ମ୍ୟାଚ୍‌ରେ ଚୀନକୁ ୩-୦ରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଜାପାନକୁ ୫-୧ରେ ହରାଇଥିଲା । ଆଜି ମାଲେସିଆକୁ ହରାଇ ଦଳ ସେମି ଫାଇନାଲ୍‌ ସ୍ଥାନ ଦୃଢ଼ କରିବାକୁ ପ୍ରୟାସ କରିବ । ମାଲେସିଆ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୨-୨ରେ ଡ୍ର’ ରଖିଥିଲା । 

ଗତ ସୋମବାର ଦଳ ଚୀନଠୁ ୪-୨ ଗୋଲ୍‌ରେ ପରାଜିତ ହୋଇଥିଲା । ମାଲେସିଆ ବିପକ୍ଷରେ ଭାରତର ପଲା ଭାରି ରହିବା ସ୍ୱାଭାବିକ । ଏଫ୍‌ଆଇଏଚ୍ ମାନ୍ୟତା ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ଥିବାବେଳେ ମାଲେସିଆ ୧୩ତମ ସ୍ଥାନରେ ରହିଛି । ଗତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଦଳର ଏହି ସଫଳତାରେ ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ୨ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଗୋଲ୍‌ କରିବାରେ ବିଫଳ ହୋଇଛନ୍ତି । ମାତ୍ର ସୁଖଜିତ୍‌ ୩ଟି, ଅଭିଷେକ ଓ ଉତ୍ତମ ସିଂହ ୨ଟି ଲେଖାଏଁ ଗୋଲ୍‌ କରି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । 

ଭାରତୀୟ ଦଳ: ଗୋଲକିପରକ୍ରିଷନ ବାହାଦୂର ପାଠକ, ସୂରଜ କରକେରା³ ଡିଫେଣ୍ଡର- ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ ସିଂହ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ³ ମିଡ୍‌ଫିଲ୍ଡର- ରାଜ କୁମାର ପାଲ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ମହମ୍ମଦ ରାହିଲ ମୌସିନ³ ଫରୱାର୍ଡ- ଅଭିଷେକ, ସୁଖଜୀତ ସିଂହ, ଅରଇଜିତ ସିଂହ ହୁଣ୍ଡାଲ, ଉତ୍ତମ ସିଂହ, ଗୁରଜୋତ ସିଂହ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.