ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସିଆନ୍ କ୍ରିକେଟ କାଉନସିଲର ବସ୍ ହେଲେ ଜୟ ଶାହ, ଲଗାତାର ତୃତୀୟ ଥର ପାଇଁ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଳ୍ଳୀ, ୩୧।୧: ଲଗାତାର ତୃତୀୟ ଥର ଜୟ ଶାହ ଏସିଆନ୍ କ୍ରିକେଟ କାଉନସିଲର ଅର୍ଥାତ ଏସିସିର ଚେୟାରମ୍ୟାନ୍ ନିଯୁକ୍ତ ହୋଇଛନ୍ତି । ଏବେ ସେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ମଧ୍ୟ ଅଛନ୍ତି। ଜୟ ଶାହ ଦୁଇ ବର୍ଷ ଲେଖାଏଁ ଦୁଇଟି କାର୍ଯ୍ୟକାଳ ଶେଷ କରିସାରିଛନ୍ତି ଓ ଏହା ତାଙ୍କର ତୃତୀୟ କାର୍ଯ୍ୟକାଳ ହେବ। ଏନେଇ ଔପଚାରିକ ଭାବରେ ଘୋଷଣା କରାଯାଇଛି। ଏସିଆ କପ୍ ୨୦୨୫ କୁ ନେଇ ଇଣ୍ଡୋନେସିଆର ବାଲିରେ ବୈଠକ ଜାରି ରହିଛି। ଏସିଆନ୍ କ୍ରିକେଟ କାଉନସିଲର ଏଜିଏମ୍‌ ଥିଲେ, ଯେଉଁଥିରେ ସଦସ୍ୟ ବୋର୍ଡ ଭାଗ ନେଇଥିଲେ।

ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏସିସିର ଏଜିଏମ୍ ଚେୟାରମ୍ୟାନସିପ୍‌ ବ୍ୟତୀତ ବଡ ପ୍ରସଙ୍ଗ ଏସିସିର ମିଡିଆ ରାଇଟସ୍‌କୁ ନେଇ ମଧ୍ୟ ଥିଲା, ଯାହାର ନିଷ୍ପତ୍ତି ଶୀଘ୍ର ନିଆଯିବ। ଏସିଆ କପ୍‌ ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ, ଯାହାର ମିଡିଆ ରାଇଟସ୍‌ରୁ ମୋଟା ଅଙ୍କର ଆୟ ଏହି ସଂସ୍ଥାନକୁ ହେବ, ଯାହାର ରେଭିନ୍ୟୁ ଏସିଆର କ୍ରିକେଟକୁ ଆଗକୁ ବଢାଇବା ପାଇଁ ବ୍ୟବହାର ହୋଇଥାଏ। ଏସିଆ କପ୍‌ର ଆଗାମୀ ସିଜିନ୍ ଏବେ ୨୦୨୫ ରେ ଆୟୋଜିତ ହେବ। ଟି-୨୦ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଗତ ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳା ଯାଇଥିଲା।

ଉଲ୍ଳେଖନୀୟ ଯେ, ଏବେ ଜୟ ଶାହଙ୍କ ଦ୍ବିତୀୟ କାର୍ଯ୍ୟକାଳ ଶେଷ ହୋଇନି ଓ ସେ ତୃତୀୟ କାର୍ଯ୍ୟକାଳ ପାଇଁ ମଧ୍ୟ ଅଧ୍ୟକ୍ଷ ଭାବରେ ଚୟନ ହୋଇଛନ୍ତି। ଆଗକୁ ନଭେମ୍ବର ଆଇସିସିର ନିର୍ବାଚନ ହେବାକୁ ଯାଉଛି, ଯେଉଁଥିରେ ଜୟ ଶାହ ଭାଗ ନେଇ ପାରନ୍ତି। ଜୟ ଶାହ ବର୍ତ୍ତମାନ ବିସିସିଆଇର ସଚିବ ଅଛନ୍ତି, ଯାହାକି ଏକ ଶକ୍ତିଶାଳୀ ପଦ। ଯଦି ସେ ଆଇସିସିର ଚେୟାରମ୍ୟାନ୍‌ ହୁଅନ୍ତି ତେବେ ଭାରତ ପାଇଁ ବଡ ବିଜୟ ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.