ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜାରରୁ କୋଭିଡ୍ ଟିକା ଫେରାଇ ନେଉଛି ଆସଟ୍ରାଜେନେକା, ପାର୍ଶ୍ୱ ପ୍ରତିକ୍ରିୟା ନେଇ ଉଠିଥିଲା ବିବାଦ

ନୂଆଦିଲ୍ଲୀ, ୮।୫: ସାରା ବିଶ୍ୱରେ ଆଉ ବିକ୍ରି ହେବନି ଆସଟ୍ରାଜେନେକା କମ୍ପାନୀର କୋଭିଡ୍ ଟିକା । ବିଶ୍ୱରୁ ଟିକା ଫେରାଇ ନେବା ପାଇଁ ଘୋଷଣା କରିଛି କମ୍ପାନୀ । କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ କୋର୍ଟରେ ଏହା ସ୍ୱୀକାର କରିଥିଲା । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରିଟେନର ଏହି ଫାର୍ମା କମ୍ପାନୀ ପକ୍ଷରୁ ସାରା ବିଶ୍ଵରୁ ଏହାର ଟିକାକୁ ଫେରାଇନେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏନେଇ ବ୍ରିଟିଶ ନ୍ୟୁଜ ପେପର ଦ' ଟେଲିଗ୍ରାଫରେ ପ୍ରକାଶ ପାଇଛି । 

କୋଭିଡ-୧୯ ଟିକା ଦ୍ବାରା ମଣିଷ ଶରୀରରେ ଥ୍ରୋମ୍ବୋସିସ ସହିତ ଥ୍ରୋମ୍ବୋସାଇଟୋପେନିଆ ସିନ୍‌ଡ୍ରୋମ (ଟିଟିଏସ) ଭଳି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଉଥିବା କମ୍ପାନୀ କୋର୍ଟରେ ସ୍ୱୀକାର କରିଥିଲା । ଏନେଇ କମ୍ପାନୀ କହିଛି ଯେ, କରୋନା ସମୟରେ ଅନେକ ଟିକା ବଜାରକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପର୍ଯ୍ୟାପ୍ତ ସମୟ ମିଳିବାରୁ ନୂଆ ବିକଶିତ ଟିକା ବଜାରକୁ ଆସିଛି । ଏହା ଏବେ ପ୍ରଚୁର ପରିମାଣରେ ଉପଲବ୍ଧ ରହିଛି । ତେଣୁ ପ୍ରଥମରୁ ବଜାରକୁ ଛଡ଼ାଯାଇଥିବା ଟିକାକୁ ପ୍ରତ୍ୟାହାର କରିନିଆଯାଉଛି ।

ପ୍ରକାଶ ଥାଉକି, ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ସହିତ ମିଶି କରୋନା ଟିକା ପ୍ରସ୍ତୁତ କରୁଥିଲା । ଏହି କମ୍ପାନୀର ଟିକା ନେବା ପରେ ଲୋକଙ୍କ ମୃତ୍ୟୁ ଘଟୁଥିବା ନେଇ ସାଂଘାତିକ ଅଭିଯୋଗ ହେବା ସହିତ ଏନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଆଷ୍ଟ୍ରାଜେନେକା ଭାରତରେ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ) ସହିତ ମିଶି କୋଭିସିଲ୍ଡ ଟିକା ତିଆରି କରିଥିଲା । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ କୋଭିସିଲ୍ଡ ଟିକା ତିଆରି କରି ଭାରତ ସରକାରଙ୍କୁ ଯୋଗାଉଥିଲା । କୋଭିସିଲ୍ଡ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.